ଲାଞ୍ଜିଗଡ଼ ବ୍ଲକ ସାମ୍ବାଦିକ ସଂଘ (PEW)ର ସାଧାରଣ ବୈଠକ ଏବଂ କର୍ମକର୍ତ୍ତା ଚୟନ

● ନିଲେଶ ନାଗ ସଭାପତି, ଗୋପାଳ ଦାସ ମହାନନ୍ଦ ସଂପାଦକ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ ଓ ଓ୍ବେବ ମିଡିଆର ବ୍ଲକ ପ୍ରତିନିଧି ମାନଙ୍କୁ ନେଇ ସିକେରକୁପା ଡାକ ବଙ୍ଗଳାଠାରେ ନୂତନ ସାମ୍ବାଦିକ ସଂଘ (ପିଇଡବ୍ଲୁ ମିଡିଆ ଏସୋସିଏସନ)ର ସାଧାରଣ ବୈଠକ ଏବଂ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନେ ଖବର ସଂଗ୍ରହକୁ ନେଇ ବିଭିନ୍ନ ଲୋକଙ୍କ ଆକ୍ରମଣର ଶିକାର ହୋଇ ମିଥ୍ୟା କେଶରେ ଛନ୍ଦି ହୋଇ ପଡୁଛନ୍ତି। ତେଣୁ ସମସ୍ତ ସାମ୍ବାଦିକ ସଙ୍ଗଠିତ ହୋଇ ପରସ୍ପରକୁ ସୁବିଧା ଅସୁବିଧାରେ ସାହାଯ୍ୟ କରିବା, ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା, ସତ୍ୟ ଘଟଣା ସାମ୍ନାକୁ ଆଣିବା, ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଭଳି ମହତ ଉଦ୍ଦେଶ୍ୟ ରଖି ଏକାଠି ହୋଇଥିଲେ।

Omkar Vasthu
Omkar Vasthu


ଲାଞ୍ଜିଗଡ଼ ବ୍ଲକର ଏହି ନୂତନ ସାମ୍ବାଦିକ ସଂଘର ସଭାପତି ଭାବେ ଦୁଃଖିଶ୍ୟାମ ନାଗ (ନିଲେଶ), ଉପସଭାପତି ଲତାରାଣୀ ସାହୁ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ସହସମ୍ପାଦକ ତୁଳସୀ ରାମ ପ୍ରଧାନୀ ଏବଂ କୋଷାଧ୍ୟକ୍ଷ ହୃଷିକେଶ ମାଝୀଙ୍କୁ ମନୋନୀତ କରାଯାଇଥିଲା। ଏଥିରେ ସଦସ୍ୟ ଅଜିତ ମାଝୀ, ମଲୟ ବେନିଆଁ, ମନୋଜ ଦୋରା, ଦେବାନନ୍ଦ ମାଝୀ, ନିର୍ମଳା ହରିଜନ, ରାଜେଶ ସାହୁ ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଗକୁ ସତ୍ୟ ଆଧାରିତ ଖବର ପରିବେଷଣ ଉପରେ ଗୂରୁତ୍ବ ଦେବାସହ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଗରିବ, ନିରୀହ, ଅସହାୟ ମାନଙ୍କ ସହ ଏହି ନୂତନ ସାମ୍ବାଦିକ ସଂଘ ସଦା ସର୍ବଦା ରହିବ ବୋଲି ସଂଘର ସଭାପତି ଶ୍ରୀ ନାଗ ମତ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.