ସଙ୍କୁଳ ସ୍ତରୀୟ ଯୁବ ରେଡ଼କ୍ରସ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବୁଢ଼ାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚପ୍ରିଆଠାରେ ସଙ୍କୁଳ ସ୍ତରୀୟ ଯୁବ ରେଡ଼କ୍ରସ ସ୍ଵେଚ୍ଛାସେବୀମାନଙ୍କର ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବୈକୁଣ୍ଠ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଯୁବ ରେଡ କ୍ରସ୍ ଉପଦେଷ୍ଟା ସରୋଜ କୁମାର ପଣ୍ଡା, ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା , ପରାମର୍ଶଦାତା ସଞ୍ଜୀବ କୁମାର ମୁଣ୍ଡ, ଗୋବିନ୍ଦ ସାହୁ, ଡ. ନୃସିଂହାନନ୍ଦ ସାସମଲ, ତୁଲାରାମ ଚଣ୍ଡୀ ପ୍ରମୁଖ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପ୍ରତିକୂଳ ପରିସ୍ଥିତିରେ ରେଡକ୍ରସ କିପରି ଅସହାୟମାନଙ୍କ ସେବା କରିଥାଏ ସେହି ବିଷୟରେ ସୂଚନା ଦେଇଥିଲେ। ପରାମର୍ଶଦାତା ଅଗସ୍ତି ସୁନାନୀ ମଞ୍ଚ ପରିଚାଳନା ଓ ପବିତ୍ର କେତକୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ଅଧ୍ୟାପକ ଆର୍ତ୍ତତ୍ରାଣ ସାହୁ, ଚକ୍ରଧର ମାହାର, କ୍ଷେତ୍ର ବାଗ, ଯୁଗଳ ବାଗ, ଭୂପେନ ଚଣ୍ଡୀ ପ୍ରମୁଖ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ । ପ୍ରଥମ ଦିବସରେ ବିଶେଷଜ୍ଞ ଭାବେ ସଞ୍ଜୀବ କୁମାର ମୁଣ୍ଡ ରେଡକ୍ରସର ଇତିହାସ,ବିକାଶ, ନୀତି ଓ ଚିହ୍ନ ଏବଂ ସରୋଜ କୁମାର ପଣ୍ଡା ଏଡ଼ସର ନିରାକରଣ ବିଷୟରେ ତାଲିମ ପ୍ରଦାନ କରିଥିଲେ । ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟରୁ ୨୫ ଜଣ ଶିବିରାର୍ଥୀ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.