ଖୁର୍ସେଲଗୁଡା ଠାରେ ଆଇନ ସଚେତନତା କାର୍ଯ୍ୟକ୍ରମ

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଟେମରା ପଞ୍ଚାୟତର ଖୁର୍ସେଲଗୁଡା ଠାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋକସରା ତାଲୁକ ଆଇନ ସେବାସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋକସରା ପି.ଏଲ୍.ଭି. ଚକ୍ରଧର ବେଶ୍ରା ଯୋଗଦେଇ ତାଳୁକ ଆଇନ ସେବାସମିତିର ଉଦ୍ଦେଶ୍ୟ ଏବଂ ଜନସାଧାରଣ ବିନା ମୁଲ୍ୟରେ ସହଜରେ କିପରି ଆଇନ ସହାୟତା ପାଇପାରିବେ ସେ ନେଇ ବକ୍ତବ୍ୟ ରଖିଥିଲେ। କୋକସରା ଜେ.ଏମ୍.ଏଫ୍.ସି. କୋର୍ଟରେ ଏକ ଫ୍ରଣ୍ଟ ଅଫିସ ଖୋଲାଯାଇ ସେଠାରେ ଜଣେ ଆଇନଜୀବୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ବେଶ୍ରା କହିବା ସହ ‘ଦୃତଗତି ମହାବିପତ୍ତି, ଗାଡ଼ି ଚଲେଇଲାବେଳେ ହେଲମେଟ ଓ ସିଟ୍ ବେଲ୍ଟ ବ୍ୟବହାର କରିବା, ନିଜ ପରିବେଶ ନିଜେ ସଫାରଖିବା , ବାଲ୍ୟବିବାହ ବନ୍ଦ କରିବା, ମହିଳାଙ୍କୁ ସମ୍ମାନ ଦେବା, ଶିଶୁ ଶ୍ରମିକ ରୋକିବା ଏଭଳି ଅନେକ ବିଷୟରେ ବିଶେଷ ଭାବରେ ବୁଝାଇ ଲୋକ ମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।ଏଥିରେ ସମାଜସେବୀ କେଶରି ପୁଝାରି, ଲିଙ୍ଗରାଜ ଲଦୁଆ, କୋକିଳ ପରାଭୋଇ, ନାରାୟଣ ରାଓ, ଦନାର ଲଦୁଆ, କେଶରୀ ପାଲ୍ଲି, ଦେବିସିଂ ରାଓ, ପୁନେ ପୁଝାରି, ସରସ୍ଵତୀ ପୁଝାରି, ସୁର୍ଯ୍ୟ ବେହେରା, ମଞରି ସାହୁ, ମିଥିଲା ନାଗ, ହେମ ନାଗ, ନମିତା ଲଦୁଆ, ହେମ ଲଦୁଆଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.