ଓଡ଼ିଶାର ପ୍ରଥମ ଅଧ୍ୟାପିକା ପର୍ବତାରୋହୀ ଲିପ୍ସାମୟୀ ପାଇବେ ଦେବଗିରୀ ଯୁବ ସମ୍ମାନ

କଳାହାଣ୍ଡି, (ହେମନ୍ତ ସାହୁ): ଦେବଗିରୀ ସାଂସ୍କୃତିକ ଅନୁଷ୍ଠାନର ୨୦୨୧ ଦେବଗିରୀ ଯୁବ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ପ୍ରଥମ ଅଧ୍ୟାପିକା ପର୍ବତାରୋହୀ, କବି, ଅଭିନେତ୍ରୀ ଲିପ୍ସାମୟୀ ଦୁବେ। ଏହି ଅନୁଷ୍ଠାନର କୁମାର ସ୍ୱାମୀ ମହୋତ୍ସବ ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମହୋତ୍ସବ ଅବସରରେ ଦେବଗିରୀ ଯୁବ ସମ୍ମାନ ପାଇବେ ଲିପ୍ସା। ଲିପ୍ସା ଏକାଧାରରେ ଜଣେ ପର୍ବତାରୋହୀ, ଯିଏକି ଭାରତ ବର୍ଷର ବିଭିନ୍ନ ପର୍ବତାରୋହଣ କରିଥିବାବେଳେ ଜଣେ କବି ଭାବରେ ଓଡ଼ିଶାରେ ବେଶ ପରିଚିତ। କେବଳ ସେତିକିନୁହେଁ ସେ ଜଣେ ଅଭିନେତ୍ରୀ ମଧ୍ୟ। ପ୍ରିୟମ ଡ଼ିଜିଟାଲ ଷ୍ଟୁଡ଼ିଓ ବ୍ୟାନରରେ ନିର୍ମିତ ତାଙ୍କ ଅଭିନୀତ କ୍ଷୁତ୍ର ଚଳଚିତ୍ର ଉକିଆ ବେଶ ଆଦୃତି ଲାଭ କରିଥିବାବେଳେ ଆଉ ଏକ ଚଳଚିତ୍ର କପାଲ ଖୁବ୍ ଶିଘ୍ର ଶୁଭମୁକ୍ତି କରିବ। ସେ ବର୍ତ୍ତମାନ ତେରେସିଂହାସ୍ଥିତ କୌଶିକ ବାବା ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ। ସେ ମ.ରାମପୁରର ଶିକ୍ଷକ ମିହିର କୁମାର ଦୁବେ ଏବଂ ସୁଷମା ଦୁବେଙ୍କ ଝିଅ ତଥା ସଂସ୍କୃତିବିତ୍‌, କବି, ଅଭିନେତା ସ୍ୱର୍ଗତ ପଦ୍ମନାଭ ଦୁବେଙ୍କ ନାତୁଣୀ ଅଟନ୍ତି। ତେବେ ଏହି ସମ୍ମାନ ଘୋଷଣା ହେବା ପରେ ତାଙ୍କୁ ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମଲୋଚନ ମିଶ୍ର,ସଂପାଦକ ହେମନ୍ତ ସାହୁ, ମ.ରାମପୁର ପ୍ରେସକ୍ଲବ ସଭାପତି ପ୍ରଶାନ୍ତ ସାମନ୍ତରା,ପ୍ରିୟମ ଡ଼ିଜିଟାଲ ପ୍ରଡ଼କ୍ସନର ପ୍ରଯୋଜକ ଆଶୁତୋଷ ଦାଶ, ନିର୍ଦ୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା, ଜିଲ୍ଲା କଂଗ୍ରେସ ସଂପାଦକ ବିଭୂତି ଭୂଷଣ ମହାଖୁଡ଼, ସମାଜସେବୀ ରଶ୍ମି ରଂଜନ ପ୍ରହରାଜ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ତାଙ୍କରି ପ୍ରତିଭାର ବିକାଶ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.