କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଆଜି ଅଁଳା ନବମୀ। ଏହି ଦିନ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ କରିଥାନ୍ତି। ଏହି ପ୍ରରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାର ଶାବର ଶ୍ରୀକ୍ଷେତ୍ରରେ ଭକ୍ତ ତଥା ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରିଛନ୍ତି। ବର୍ଷକରେ କେବଳ ଅଁଳା ନବମୀ ତିଥିରେ ମାତ୍ର ଗୋଟିଏ ଦିନ ନିମନ୍ତେ ମା’ଙ୍କର ପାଦ ଦର୍ଶନର ସୁଯୋଗ ଭକ୍ତମାନେ ପାଇଥାନ୍ତି। ତେବେ ସରକାରଙ୍କ କରୋନା କଟକଣା ଯୋଗୁଁ ଗତ ବର୍ଷ ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ଥିଲେ। କିନ୍ତୁ ଦୀର୍ଘ ବର୍ଷକର ପ୍ରତୀକ୍ଷା ପରେ ଆଜି ଶ୍ରଦ୍ଧାଳୁମାନେ ଆଜି ରାଧା ପାଦ ଦର୍ଶନ କରି ମାଁଙ୍କ କୃପା ଲାଭ କରିଅଛନ୍ତି। ଇତି ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତ ସୁରୁଖୁରୁରେ ସମାପନ ହୋଇଥିବା ଜଣାପଡିଛି।