ଚଞ୍ଚରାମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରେ ପୋଷକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ଯୋଜନା ୨୦୨୧-୨୨ ଅନୁଯାୟୀ ଆଜି ଶିଶୁ ଦିବସ ଅବସରରେ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମପଞ୍ଚାୟତ ଅଧିନସ୍ଥ ଚଂଚରାମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ଗରମ ପୋଷାକ , ଜୋତା ଓ ମଉଜା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମମତା ରାଉତ, ବୃନ୍ଦାବାହଲ ସରପଞ୍ଚ ହେମାଙ୍ଗିନି ରାଉତ,

ଧାମନପୁର ସମିତି ସଭ୍ୟ ଇଂ. ଦିନେଶ କୁମାର ରାଉତ, ୱାର୍ଡ ମେମ୍ବର ସଭ୍ୟ କୁରୁବଲ ନବରଙ୍ଗପୁରିଆ, ବୃନ୍ଦାବାହାଲ ଆଇସିଡିଏସ ସୁପରଭାଇଜର ଜଶୋବନ୍ତି ନାଏକ, ସମାଜସେବୀ କୁରୁକ୍ଷେତ୍ର ରାଉତ, ଦେବରାଜ ରାଉତ ଓ ଅଙ୍ଗନବାଡି କର୍ମୀ ଚଉବନି ନାଏକ, ସହାୟିକା ତିଲୋତମା ଟୋଲଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.