ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭା

● ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ

ଜୟପାଟଣା, (ଧନେଶ୍ଵର ପୁଞ୍ଜି): ସାଥି/ମେଟ୍ ମିଳିତ କ୍ରିୟାନୁଷ୍ଠାନ କମିଟି କଳାହାଣ୍ଡିର ସାଧାରଣ ସମ୍ପାଦକ ତରୁଣ କୁମାର ନାଏକଙ୍କ ତତ୍ତ୍ଵାବଧାନରେ ଜୟପାଟଣା ମୁସୁରୀ ପଡା ଖେଳ ପଡିଆ ଠାରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଲାଞ୍ଜିଗଡ଼, ଜୟପାଟଣା, ଥୁଆମୁଲ ରାମ ପୁର ଏବଂ ଭବାନୀପାଟଣାର ସତାଧିକ ଗାଁ ସାଥି ଯାଗଦେଇ ତାଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ଗାଁ ସାଥି/ମେଟ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ବିଧାୟକଙ୍କୁ ୫ଦଫା ଦାବିପତ୍ର ପ୍ରଦାନ କରିଥିଲେ।

Omkar Vasthu
Omkar Vasthu


ବିଧାୟକ ତାଙ୍କ ଅଭିଭାଷଣରେ ସରକାର ସଚେତନ ଥିବା ଦର୍ଶାଇ ଉକ୍ତ ଦାବି ପତ୍ର ସମ୍ବନ୍ଧରେ ଆଗାମୀ ବିଧାନସଭା ପ୍ରଶ୍ନ କାଳ ସମୟରେ ଉପସ୍ଥାପନା କରିବା ପାଇଁ କହି ଥିଲେ। ତା ସହିତ ଗାଁ ସାଥି ମାନଙ୍କର ବ୍ଳକ ମାନଙ୍କରେ ବିଭିନ୍ନ ସମସ୍ୟା ଭୋଗୁ ଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ବିଡ଼ିଓ ମାନଙ୍କ ସହିତ କଥା ହୋଇ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ସଭାଟିକୁ ଜୟପାଟଣା ବ୍ଲକ ର ସମ୍ପାଦକ
ଖଗପତୀ ନାଏକ ପରିଚାଳନା କରିଥିବା ବେଳେ ଥୁଆମୁଲ ରାମପୁରର ସମ୍ପାଦକ ଖଗପତୀ ନାଏକ ସହଯୋଗ କରିଥିଲେ। ସଭାରେ ଚାରିଗୋଟି ବ୍ଳକ ସଭାପତି, ସମ୍ପାଦକ ମାନେ ଯୋଗ ଦେଇ ସଭା ଟିକୁ ସାଫଳ୍ୟ ମଣ୍ଡିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.