ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର, ଚାଳକ ଗୁରୁତର

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଗଛରେ କାର ପିଟି ହୋଇ କାର ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ଜଣାଯାଏ ଯେ, ବଲାଙ୍ଗିର ଜିଲ୍ଲା ବେଳପଡା ଗ୍ରାମର ମହେନ୍ଦ୍ର ମେହେର ଆଜି ଭୋର ପ୍ରାୟ ୪ ଘଣ୍ଟା ସମୟରେ ନିଜର ମାରୁତି ସୁଜୁକି ଇର୍ଟିଗା କାର (ଓଡି ୦୩ ଟି ୭୮୯୧) ଯୋଗେ ଧର୍ମଗଡରୁ ନିଜ ଗାଁକୁ ଯାଉଥିବା ବେଳେ ଖଲିଆକାନି ଗ୍ରାମପଞ୍ଚାୟତ ସମ୍ନାରେ ଥିବା ଏକ ଗଛରେ ଭାରସାମ୍ୟ ହରାଇ କାରଟି ପିଟି ହୋଇ ଯାଇଥିଲା । ଦୁର୍ଘଟଣା ଏତେ ଯୋରରେ ହୋଇଥିଲା ଯେ ଆଗ ଚକଫାଟି ଯୋର ଶବ୍ଦ ହୋଇଥିଲା । ସ୍ଥାନୀୟ ଲୋକେ ଉକ୍ତ ଶବ୍ଦ ଶୁଣି ଘଟଣାସ୍ଥଳକୁ ଆସି କାର ଭିତରୁ ଚଳକଙ୍କୁ ଉଦ୍ଧାର କରିଥିଲେ । କାର ଚାଳକଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଚିକିତ୍ସା ସମ୍ଭବ ନହେବାରୁ ଡାକ୍ତର ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ଅପରପକ୍ଷରେ ଉକ୍ତ ଯାଗାରେ ବିଗତ ଦିନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ପୂର୍ତ୍ତ ବିଭାଗ ଦ୍ୱାର ଏହି ଜାଗାକୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରିବାକୁ ସ୍ଥାନୀୟ ଲୋକେ ଅନେକ ବାର ଦାବୀ କରିଆସୁଛନ୍ତି । ସୂଚନାଯୋଗ୍ୟ ଯେ ଗତ ମାସ ୨୭ ତାରିଖ ଦିନ ଉକ୍ତ ଯାଗାରେ ଦୁଇ ବାଇକ ଆରୋଇଙ୍କ ଦୁର୍ଘଟଣାରେ ପ୍ରାଣ ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.