ମାଡିବନ୍ଧା ଠାରେ ସଚେତନ ନାଗରିକଙ୍କ ବୈଠକ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଡିବନ୍ଧା ଗ୍ରାମରେ ପଞ୍ଚାୟତର ସଚେତନ ନାଗରିକ ମାନଙ୍କୁ ନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ଯୋଜନାରେ ରାସ୍ତା ଓ ସେତୁ ତିଆରି କରିବାକୁ ଚେତାବନୀ ଦିଆଯାଇଛି। ଦିର୍ଘ ବର୍ଷଧରି ଦାବି କରି ଆସୁଥିବା ରାସ୍ତା ଏବଂ ପୋଲ ନିର୍ମାଣ କାର୍ଯ୍ୟ ହେଉନାହିଁ। କିଡିଙ୍ଗ ୬ନଂ ରାଜ୍ୟ ରାଜପଥ ଠାରୁ ଲାଞ୍ଜିଗଡ଼ ରୋଡ଼ ରେଳଷ୍ଟେସନ(ପିଡ଼ବ୍ଲୁଡି) ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଓ ମାଡିବନ୍ଧା – ମହେଶ୍ଵରପୁର ମଝିରେ ଥିବା ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀ, ବିଧାୟକ, ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ ଏବଂ ଜିଲ୍ଲାପାଳ ଲିଖିତ ଆକାରରେ ଗୁହାରି କରିଥିଲେ। ତେବେ ଗୁହାରିକୁ ଅନୁଧ୍ୟାନ କରି ଏହି ରାସ୍ତା ଓ ପୋଲ ନିର୍ମାଣ ପାଇଁ ଏକ ସର୍ଭେ ଟିମ୍ ଆସି ସର୍ଭେ ମଧ୍ୟ କରିଥିଲେ। ସାନ୍ଧୁଲ ନଦୀର ପୋଲ ନିର୍ମାଣ ପାଇଁ ମୁର୍ତ୍ତିକା ପରୀକ୍ଷଣ ମଧ୍ୟ କରାଯାଇଥିଲା। ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ହେଲେ ଠିକ ସେହି ସମୟରେ କରୋନା ମହାମାରୀ ଦୁଇ ବର୍ଷଧରି କରୋନା ପ୍ରକୋପ ଥିବା ଯୋଗୁଁ ଏ ପର୍ଯ୍ୟନ୍ତ କାର୍ଯ୍ୟ ସଂପାଦନ ହୋଇପାରି ନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ରାସ୍ତା ଓ ପୋଲ ନିର୍ମାଣ ନ ହେବା ଯୋଗୁଁ ବିଶେଷ କରି ବର୍ଷା ଋତୁରେ ଲାଞ୍ଜିଗଡ଼ ରୋଡ଼ ପ୍ରତ୍ୟେକ ଦିଗରେ ମୁଖ୍ୟସ୍ଥଳୀ ଏବଂ ବିଶେଷ କରି ଗ୍ରାମ ପଞ୍ଚାୟତ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପାଇଁ ଅଞ୍ଚଳବାସୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ। ଯାହା ଫଳରେ କିଡିଙ୍ଗ ୬ନଂ ରାଜ୍ୟ ରାଜପଥ ଦେଇ ୬ କି.ମି ଲାଞ୍ଜିଗଡ଼ ରୋଡ଼କୁ ଯିବାକୁ ଲୋକଙ୍କୁ ଅନେକ ବାଧାବିଘ୍ନ ସହିବାକୁ ପଡ଼ିଥାଏ। ବେଳେ ବେଳେ ଦୁର୍ଘଟଣା ଘଟି କିଛି ବ୍ୟକ୍ତି ବିଶେଷଙ୍କ ଧନ ଜୀବନ କ୍ଷତି ହେଉଛି। ଏହାକୁ ନେଇ ଗତ ୨୦୧୯ ନିର୍ବାଚନ ପୂର୍ବରୁ ଦାବି ପୁରଣ ହୋଇ ନଥିବାରୁ ମାଡିବନ୍ଧା ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ। ତେବେ ଆସନ୍ତା ସ୍ତପାହକ ମଧ୍ୟରେ ସରକାର ଏବଂ ପ୍ରଶାସନ କୈାଣସି ପଦକ୍ଷେପ ନନେଲେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମୂହ ଗ୍ରାମ ପଞ୍ଚାୟତବାସୀ ଭୋଟ ବର୍ଜନ କରିବୁ ଏବଂ ଉକ୍ତ ସମୟସୀମା ମଧ୍ୟରେ ଆମ ନ୍ୟାର୍ଯ୍ୟ ଦାବି ପୁରଣ କରାନ ଗଲେ ଯେ କୌଣସି ମୁହୂର୍ତ୍ତରେ କିଡିଙ୍ଗ ୬ନଂ ରାଜ୍ୟ ରାଜପଥ ଠାରେ ରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Udyog Nursery
Udyogi Nursery


ଏହି ବୈଠକରେ ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ଟଙ୍କଧର ମାଝୀ, ସମିତି ସଭ୍ୟ କୈ।ନୁଜ ରାଉତ, ସମାଜସେବୀ ଦିପକ ମହାପାତ୍ର, ନିରଞ୍ଜନ ପାତ୍ର, କେଶବ ବାରିକ, ଚନ୍ଦ୍ରଶେଖର ମହାପାତ୍ର, ପୁର୍ଣ୍ଣଚନ୍ଦ୍ର ଗଉଡ, ସେନାପତି ରଣା, ଯୁବ ସମାଜସେବୀ ଗୋପାଳ ଦାସ ମହାନନ୍ଦ, ନିଲେଶ କୁମାର ନାଗଙ୍କ ସହ କିଡିଙ୍ଗ, ମାଡିବନ୍ଧା, ମହେଶ୍ଵରପୁର ଓ ଲାଞ୍ଜିଗଡ଼ ରୋଡ଼ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.