ମାଟିଲଗ୍ନା ସାହିତ୍ଯ ସଂସଦ ପକ୍ଷରୁ ଛାତ୍ର ମେଧା ସମ୍ମାନ-୨୦୨୧

● ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ବିକାଶ ପାଇଁ ଅଣ୍ଟା ଭିଡିଛି ମାଟିଲଗ୍ନା    

ଭବାନୀପାଟଣା: ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଠାରେ ମାଟିଲଗ୍ନା ସାହିତ୍ଯ ସଂସଦ ପକ୍ଷରୁ ଛାତ୍ର ମେଧା ସମ୍ମାନ-୨୦୨୧ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ଯରେ ବକ୍ତୃତା, ସାଧାରଣ ଜ୍ଞାନ, କବିତା ଆବୃତ୍ତି, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ ସେମାନଙ୍କ ମଧ୍ୟରୁ ୨୦ ଜଣ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମାଟିଲଗ୍ନା ସାହିତ୍ଯ ସଂସଦର ଜିଲ୍ଲା ସଂଯୋଜକ କବି କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାଟିଲଗ୍ନା ସାହିତ୍ୟ ପରିବାରର କଳାହାଣ୍ଡି ଜିଲ୍ଲା ସଭାପତି ଅଧ୍ୟାପକ ସମୀର କୁମାର ମହାପାତ୍ର ଯୋଗ ଦେଇ କହିଲେ ଯେ, ଓଡ଼ିଆ ଭାଷା ସାହିତ୍ୟ ଓ ଶିକ୍ଷାର ମାନଦଣ୍ଡକୁ ସୁଦୂର ପ୍ରସାରିତ କରିବା ପାଇଁ ମାଟିଲଗ୍ନାର ପ୍ରୟାସ ଅବର୍ଣ୍ଣନୀୟ। ମୁଖ୍ଯ ବକ୍ତା ଭାବେ ମାଟିଲଗ୍ନା ପରିବାର ଅବିଭାବକ ଶୁଭ୍ରାଂଶୁ ଶେଖର ପାଢୀ କହିଲେ, ମାଟିଲଗ୍ନା କେବଳ ଭାଷା ସାହିତ୍ୟ ନୁହେଁ ଓଡ଼ିଆ ଭାଷାକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ମଧ୍ୟ କାର୍ଯ୍ୟଖସଡା ପ୍ରସ୍ତୁତ କରିଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗୁରୁଜୀ ଗୁରୁମା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.