ଭାରସାମ୍ୟ ହରାଇ ଓଲଟିଲା ପନିପରିବା ବୋଝେଇ ପିଅକପ୍ ଭ୍ୟାନ

ଲାଞ୍ଜିଗଡ଼: ଆଜି ସକାଳ ୩ଟା ସମୟରେ ଭବାନୀପାଟଣାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରା ପୋଲ ନିକଟରେ ଏକ ସିଜି-୦୭-ସିଇ ୩୮୧୪ ପନିପରିବା ବୋଝେଇ ପିଅକପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପିଅକପ୍ ଭ୍ୟାନଟି ରାୟପୁର ଠାରୁ ରାୟଗଡ଼ାକୁ ପନିପରିବା ନେଇ ଯାଉଥିବା ଦୃତ ଗତିରେ ଯାଉଥିବା ବେଳେ କିଡିଙ୍ଗ ନିକଟସ୍ଥ ବେହେରା ପୋଲ ତଳକୁ ଖସି ପଡିଥିଲା। ତେବେ ପିଅକପ୍ ଭ୍ୟାନର ଆଗ ଏବଂ ପଛ ଅଂଶ ଭାଙ୍ଗି କ୍ଷୟକ୍ଷତି ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖବର ପାଇ ଘଟଣାସ୍ଥଳରେ ସିକେରକୁପା ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରିଛି। ଓଭର ଲୋଡିଙ୍ଗ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଯାତ୍ରା କରୁଥିବା ଯୋଗୁଁ ଏହି ରାସ୍ତାରେ ବାରମ୍ବାର ଅନେକ ସମୟରେ ଛୋଟବଡ ଦୁର୍ଘଟଣା ହେଉଥିବା ବେଳେ ଅଞ୍ଚଳବାସୀ ତଥା ଯାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.