ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ

କଳାହାଣ୍ଡି, (ନରୋତ୍ତମ ସେଲମା): ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ବୁଢ଼ୀପଦର ଠାରେ ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀ, ପୌରକେଲା ସରପଞ୍ଚ କେତକୀ ରଣା, ଗ୍ରାମ କୃଷି କର୍ମୀ ଲୋକନାଥ ନାଗ, ବୁଢ଼ୀପଦର ଗ୍ରାମ୍ୟ ଉନ୍ନୟନ ସମିତି ସଭାପତି ରେବତୀ ପାତ୍ର, ସମ୍ପାଦକ ରାଜକିଶୋର ପାତ୍ର, ଆୟୋଜକ ସଂସ୍ଥା କର୍ମୀ ଜଗଦୀଶ ପ୍ରସାଦ ରଣା,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବରିଷ୍ଠ ଚାଷୀ ଶ୍ରୀପତି ଭୋଇ, ଅନିରୁଦ୍ଧ ପୁଟେଲ,ଜତି ଭୋଇ,ଯୁବରାଜ ପଧାନ, ପ୍ରମୁଖ ଯୋଗଦେଇ ପାରମ୍ପରିକ ଖାଦ୍ୟ ଓ ବିହନ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବିଷୟରେ ଆଲୋଚନା କରିଥିଲେ। ସଫଳ ଚାଷୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବୁଢ଼ୀପଦର, ଖରଝୁରା, ଧରାଖମନ,ସକଂସିଲ, ସିରାବାହଲ ପ୍ରଭୁତି ଗାଁର ଚାଷୀମାନେ ଯୋଗ ଦେଇଥିଲେ। ବୁଢ଼ୀପଦର ଗ୍ରାମବାସୀ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.