ସଂସ୍କାର ଭାରତୀ ପକ୍ଷରୁ ‘ସାଂପ୍ରତିକ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ନାଗରିକର ଅଧିକାର ଓ କର୍ତ୍ତବ୍ୟ’ ଶୀର୍ଷକ ଆଲୋଚନାଚକ୍ର

ଭବାନୀପାଟଣା: ସଂସ୍କାର ଭାରତୀ ପକ୍ଷରୁ ‘ସାଂପ୍ରତିକ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ନାଗରିକର ଅଧିକାର ଓ କର୍ତ୍ତବ୍ୟ’ ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ପ୍ରଧ୍ୟାପକ ସୀମାଞ୍ଚଳ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ଼ଂସ୍କାର ଭାରତୀର ନଗର ସଭାପତି ଗଜେନ୍ଦ୍ର ପାଢ଼ୀ ମହାଭାଗ ସଭାପତିତ୍ବ କରିଥିଲେ। ସାହିତ୍ୟ ବିଭାଗ ନଗର ପ୍ରମୁଖ ନାହେଦା ଶାହୀନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କବି ଦକ୍ଷ ସାହୁ ବୈଷୟିକ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଗୀତାଞ୍ଜଳି ମହାନ୍ତି, ବିରଞ୍ଚି ନାରାୟଣ ପଣ୍ଡା, ସବିତା ଶତପଥୀ, ମୀନତି କୁମାରୀ ପ୍ରଧାନ, ଭୁବନଶ୍ଵର ପୁରୋହିତ, ରୀତା ପାଟ୍ଟଯୋଶୀ, ଲିପ୍ସା ମହାରଣା, ଦୀପ୍ତି ସେଠ, ଆହ୍ଲାଦିନୀ ମୁଣ୍ଡ, ଅଞ୍ଜଳି ପଟ୍ଟନାୟକ, ଡିଲେଶ୍ଵର ରଣା, ସତ୍ୟଦର୍ଶି ବେହେରା, ସୁରେଶ ଚନ୍ଦ୍ର ପାଢି, ସ୍ନେହ ମିଶ୍ର, ଅଗ୍ନି କୁମାର ସାହୁ, ଯଶୋବନ୍ତ କୁମାର ତଥା ଅନ୍ୟାନ୍ୟ କବି ଓ ଲେଖକମାନେ ଉପସ୍ଥିତ ଥିଲେ। ପରିଶେଷରେ ସଭାପତି ଗଜେନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.