ଶିକ୍ଷକ ଦେଶରାଜ ଗଡତିଆଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ବ୍ଲକ ବାରବନ୍ଧା ଗ୍ରାମ ପଞ୍ଚାୟତର ବିମଳାପଦର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଦେଶରାଜ ଗଡ଼ତିଆ ଆଜି ଅବସର ଗ୍ରହଣ କରିଛନ୍ତି । ଏନେଇ ନର୍ଲା ବ୍ଲକ ଯୋଡାବନ୍ଧ ଗ୍ରାମର ଯୁବ ଶାଶ୍ୱତ ସେବା (ୟେସ କ୍ଲବ) ତରଫରୁ ଶ୍ରୀ ଗଡତିଆଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ସାହିତ୍ୟିକ ପୁରୁଷୋତ୍ତମ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ବ୍ଲକ ସଭାପତି ପରେଶ କୁମାର ପଧାନ ଓ ମୁଖ୍ୟ ବକ୍ତା ଭାବେ କନ୍ଧ ସଂସ୍କୃତି ଗବେଷକ ମେଦିନିଧର ଜାନୀ ଉପସ୍ଥିତ ରହି ଶ୍ରୀ ଗଡ଼ତିଆଙ୍କ କର୍ମମୟ ଜୀବନ ଏବଂ ତାଙ୍କର ଆଦର୍ଶ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମ୍ମାନନୀତ ଅତିଥି ଭାବେ ନର୍ଲା ଏବିଇଓ ଜୟସେନ ନିଆଲ, ଶିକ୍ଷକ ରତ୍ନାକର ତାଣ୍ଡି, ଦୟାନିଧି ପଧାନ, ସାମୁଏଲ ସେନାପତି, ପ୍ରସନ୍ନ ମାଝୀ, ଧର୍ମ ରାଜ ସାହୁ, ଚତୃଭୂଜ ସାହୁ ପ୍ରମୁଖଙ୍କ ସହ ମୁଡିଙ୍ଗ ଓ ବାରବନ୍ଧା କ୍ଲଷ୍ଟରର ଅନେକ ଶିକ୍ଷକ ଯୋଗଦେଇ ବକ୍ତ୍ୟବ ରଖିଥିଲେ । ଏହି ଅବସରରେ ଯୁବ ଶାଶ୍ୱତ ସେବା କ୍ଲବ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗଡତିଆଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


ନର୍ଲା ବ୍ଲକ ଯୋଡାବନ୍ଧ ଗ୍ରାମର ଶିକ୍ଷକ ଦେଶରାଜ ଗଡ଼ତିଆ ନିଜ ଶିକ୍ଷକତା ଜୀବନରେ ଅନେକ ଯୋଗ୍ୟ ଛାତ୍ର ସୃଷ୍ଟି କରିଛନ୍ତି । ଅତିଥିମାନେ ଶ୍ରୀ ଗଡତିଆଙ୍କ ସୁସ୍ଥ ଓ ନିରାମୟ ଜୀବନର କାମନା କରିଥିଲେ । ସଭାରେ ଶିକ୍ଷକ ରାଧୁ ପାତ୍ର, ତନୁରାମ ହରିଜନଙ୍କ ସମେତ ବିଦାୟୀ ଶିକ୍ଷକଙ୍କ ପିତା ଗୋପିନାଥ ଗଡ଼ତିଆ, ପୁତ୍ର ମନୋଜ କୁମାର ଗଡ଼ତିଆ, ସୁଶୀଲ କୁମାର ଗଡ଼ତିଆ, ଅନୀଲ କୁମାର ଗଡ଼ତିଆ ତଥା ବନ୍ଧୁ ବାନ୍ଧବ ଓ ମାଆ ମାଉସୀମାନେ ଉପସ୍ଥିତ ଥିଲେ। ଶିକ୍ଷାବିତ ତଥା ସାହିତ୍ୟିକ କୁଳମଣି ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ବିକ୍ରମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସାସ୍ବତ ସେବା କ୍ଲବର ସଭାପତି ଜୀନା ମାଝୀ, ଯୁଗ୍ମ ସମ୍ପାଦକ କୁଞ୍ଜ ବିହାରୀ ଜାନୀ, ଉମାକାନ୍ତ ଗଡ଼ତିଆ, ପ୍ରେମାନିଧି ଗଡ଼ତିଆ, ଥବିର ଗଡ଼ତିଆଙ୍କ ସମେତ ସମେତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.