ବେଆଇନ ଭାବେ ଆସିଥିବା ୧୮୩ ବସ୍ତା ଧାନ ଜବତ କଲେ ତହସିଲଦାର

● ଚଢାଉ ପରେ ଦଲାଲ ମହଲରେ କୋକୁଆଭୟ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଅଞ୍ଚଳରେ ଧାନମଣ୍ଡି ଗୁଡିକୁ ବାହାର ଅଞ୍ଚଳରୁ ବେଆଇନ ଭାବେ ଧାନ ଆଣି ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏନେଇ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ବେଆଇନ ଧାନକୁ ଧରିବା ପାଇଁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଆଜି ତହସିଲଦାର ସର୍ବେଶ୍ୱର ଜାଲ ଫରଙ୍ଗ ପେକ୍ସ ଅଧିନ ରେଙ୍ଗସାପାଲି ମଣ୍ଡିରୁ ୧୮୩ ବସ୍ତା ଧାନକୁ ଜବତ କରିଛନ୍ତି । ପ୍ରକାଶ ଯେ, ରେଙ୍ଗସାପାଲି ଗ୍ରାମର ଥବିର ବାଗ ଓ ଉଦିତ ଗଡ଼ତିଆ ଦୁଇ ଜଣଙ୍କୁ ତହସିଲଦାର ଶ୍ରୀ ଜାଲ ପଚରାଉଚରା କରିଥିଲେ ସଠିକ ଉତ୍ତର ନଦେବାରୁ ଦୁଇ ଜଣଙ୍କୁ ସନ୍ଦେହରେ ରଖି କାଗଜପତ୍ର ଯାଞ୍ଚ କରିଥିଲେ ପରେ ଜାଣିବାକୁ ପାଇଲେ ଯେ ବେଆଇନ ଭାବରେ ଧାନ ମଣ୍ଡି କୁ ଆଣି ରଖିଥିବା ଜାଣିବାକୁ ପାଇ ଧାନ ବସ୍ତା ଗୁଡିକୁ ଜବତ କରିଥିଲେ । ଅନ୍ୟପଟେ ଆଗାମୀ ଦିନରେ ବେଆଇନ ଧାନ ଯେପରି ସ୍ଥାନୀୟ ମଣ୍ଡି ଗୁଡିକୁ ନ ଆସେ ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି । ଏହି ଚଢ଼ାଉ ସମୟରେ ଗୋଲାମୁଣ୍ଡା ତହସିଲଦାର ଶ୍ରୀ ଜାଲ ଓ ଗୋଲାମୁଣ୍ଡା ବ୍ଲକ ଯୋଗାଣ ଅଧିକାରୀ ପ୍ରଶାନ୍ତ ଦାଶ ଓ ବୋରଗୁଡା ରାଜସ୍ୱ ନିରୀକ୍ଷକ ତାପସ ରଞ୍ଜନ ମଙ୍ଗରାଜ, ହିମାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗୋଲାମୁଣ୍ଡା ବ୍ଲକ ଅଧୀନରେ ଥିବା ବିଭିନ୍ନ ମଣ୍ଡିରେ ପ୍ରକୃତ ଚାଷୀ ଧାନନେଇ ମଣ୍ଡିରେ ଦିନଦିନ ଧରି ଜଗି ରହୁଥିବାବେଳେ ଦଲାଲ ମାନେ ବାହାରୁ ଧାନ ଆଣି ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି । ବିଗତବର୍ଷ ମାନଙ୍କରେ ମଧ୍ୟ ବିପୁଳ ପରିମାଣରେ ଧାନ ଆସିଥିବା ଚର୍ଚ୍ଚା ହେଉଥିଲା । ତେଣୁ ପ୍ରଶାସନ ଚଢାଉ କରିବା ପରେ ତେବେ ଦଲାଲ ମହଲରେ କୋକୁଆଭୟ ସୃଷ୍ଟି ହୋଇଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.