ସିଟିଜେନ ଫୋରମ୍ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଭବାନୀପାଟଣା: ସିଟିଜେନ ଫୋରମ୍ ପକ୍ଷରୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରାଯାଇଛି। ଫୋରମର ସଦସ୍ୟ ଉମାଶଙ୍କର ମୁଣ୍ଡ, ନାହେଦା ଶାହୀନ ଓ ବିଜୟଲକ୍ଷ୍ମୀ ବେହେରା ଚିକିତ୍ସାଳୟକୁ ଯାଇ ରୋଗୀଙ୍କ ଭଲମନ୍ଦ ବୁଝିଥିଲେ। ଚିକିତ୍ସାଳୟରେ ରୋଗୀମାନେ ସରକାର ଦେଉଥିବା ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ସେକଥା ବୁଲି ଦେଖିଥିଲେ। ସ୍ଥିତି ଅନୁଧ୍ୟାନରୁ ସେମାନେ ଖାଦ୍ୟ ଓ ଔଷଧ ବଣ୍ଟନରେ ବ୍ୟତିକ୍ରମ ଦେଖିବାକୁ ପାଇଥିଲେ। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରୋଗୀମାନଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.