ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଳାହାଣ୍ଡି ଶାଖାରେ ଜଗଦୀଶ୍ୱର ମୁଣ୍ଡ ଓ ସାଗର ବୈଠାରୁଙ୍କୁ ନୂତନ ଦାୟିତ୍ୱ ଅର୍ପଣ

ଭବାନୀପାଟଣା: ଆଖିଳ ଭାରତୀୟ ସାହିତ୍ୟ ପରିଷଦ ମା’ ମାଣିକେଶ୍ୱରୀ ଶାଖାର ନୂତନ କାର୍ଯ୍ୟକାରିଣୀ ଗଠନ ନିମନ୍ତେ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଜଗଦୀଶ୍ୱର ମୁଣ୍ଡଙ୍କୁ ଅଧ୍ୟକ୍ଷ ଓ ଯୁବ ସାହିତ୍ୟିକ ସାଗର ବୈଠାରୁଙ୍କୁ ସମ୍ପାଦକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ଧବଳେଶ୍ବର ପାତ୍ର, ମୀନା କୁମାରୀ ମୁଣ୍ଡ ଉପାଧ୍ୟକ୍ଷ, ସୁମତି ମୁଣ୍ଡ, ସଞ୍ଜୀବ କୁନାର ପଣ୍ଡା ସହ ସମ୍ପାଦକ, ଯୁବ ବିଭାଗ ସଂଯୋଜିକା ଲିପ୍ସାମୟୀ ଦୁବେ ଓ ସତ୍ୟନାରାୟଣ ମୁଣ୍ଡାଛିନା, ସୁଶାନ୍ତ କୁମାର ଲେଙ୍କା, ଭୁବନେଶ୍ୱର ପୁରୋହିତ, କମିନୀକାନ୍ତ ପାଣିଗ୍ରାହୀ, ସନ୍ତୋଷ କୁମାର ପଣ୍ଡା, ସୁଦେଷ୍ଣl ପଣ୍ଡା, ପ୍ରମୋଦ କୁନାର ଠାକୁର, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଝଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଦାୟିତ୍ୱ ଅର୍ପଣ କରାଯାଇଛି । ଜିଲ୍ଲା ସଂଯୋଜକ ମନୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ସୁରେଶ ଚନ୍ଦ୍ର ନେଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ବରିଷ୍ଠ ସାମ୍ବାଦିକ ସଞ୍ଜୀବ କୁମାର ଯୋଶୀ ପ୍ରମୁଖଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପ୍ରାନ୍ତ ଅଧ୍ୟକ୍ଷ ପ୍ରଫେସର ରଘୁନାଥ ପଣ୍ଡା ନବ ଗଠିତ ସମିତିକୁ ମାର୍ଗଦର୍ଶନ କରିଥିଲେ । ପ୍ରାନ୍ତ ସମ୍ପାଦକ ସନ୍ତୋଷ କୁମାର ମହାପତ୍ର, ସମ୍ପାଦକ ବିରଞ୍ଚି ନାରାୟଣ ପଣ୍ଡା, କ୍ଷେତ୍ରୀୟ ସଙ୍ଗଠନ ମନ୍ତ୍ରୀ ନାରାୟଣ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ, ହେମନ୍ତ କୁମାର ମୁଣ୍ଡ, ବରିଷ୍ଠ ସଦସ୍ୟ ବିରଞ୍ଚି ନାରାୟଣ ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ସାଗର ବୈଠାରୁ ଧନ୍ୟବାଦର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.