ସହୀଦ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

● ସହୀଦ ମାନ୍ୟତା, ୫୦ଲକ୍ଷ ଅନୁକମ୍ପାରାଶି, ଜଣଙ୍କୁ ସରକାରୀ ଚାକିରୀ ଦାବୀ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି, (ହେମନ୍ତ ସାହୁ): ଗତ ଶନିବାର ଦିନ ମ.ରାମପୁର ଥାନା ଦୁଲେନ ନିକଟରେ ଲ୍ୟାଣ୍ଡ ମାଇନରେ ସହିତ ହେଇଥିବା ରୋହିତ ବିଶ୍ୱାଳଙ୍କ ସ୍ମୃତିରେ ମ.ରାମପୁର ସାମ୍ବାଦିକ ସମୂହ ଏବଂ ବୁଦ୍ଧିଜୀବିମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରିଥିଲେ । ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ରଙ୍କ ନେତୃତ୍ୱରେ ଓକିଲ ସଂଘ ସଭାପତି ଜୟ କୁମାର ସିଂହଦେଓ, ବରିଷ୍ଠ ଆଇନଜୀବି ସପନ କୁମାର ପଟ୍ଟନାୟକ, ସମାଜସେବୀ ବିଭୂତି ଭୂଷଣ ମହାଖୁଡ଼, ରଶ୍ମି ରଂଜନ ପ୍ରହରାଜ, ପ୍ରକାଶ ଚନ୍ଦ୍ର ମାଝୀ, ସତ୍ୟବ୍ରତ ପରିଡ଼ା, ସାମ୍ବାଦିକ ଶୁଭେନ ପଟ୍ଟନାୟକ, ମାନସ କୁମାର ମୁନୀ, ହେମନ୍ତ ସାହୁ, ଅନନ୍ତ କୁମାର ପାଲ, ସଂଯୁକ୍ତା ପୁରୋହିତ ପ୍ରମୁଖ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ବସଷ୍ଟାଣ୍ଡରେ ଶୋକସଭା କରି ସହିତ ରୋହିତଙ୍କ ସ୍ମୃତି ଚାରଣ ସହିତ ଏକ ଦୁଃଖଦ ଘଟଣା ଏବଂ ଏହି ଭଳି ଏକ ସମ୍ବେଦନଶୀଳ ଘଟଣାରେ ରୋହିତ ବିଶ୍ୱାଳଙ୍କୁ ସହିଦ ସ୍ମୃତି ସମ୍ମାନ ସହିତ ୧୩ଲକ୍ଷ ଅନୁକମ୍ପା ରାଶି ବଦଳରେ ୫୦ ଲକ୍ଷ ଅନୁକମ୍ପାରାଶି ଏବଂ ପରିବାରର ଜଣଙ୍କୁ ସରକାରୀ ଚାକିରୀ ଯୋଗାଇବା ସହିତ ଝିଅ ଆଦ୍ୟାଶା ଏବଂ ପୁଅ ଆରୁଶଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବା ଉଚିତ ବୋଲି ମତଦେଇଥିଲେ । ଠିକ୍ ସେହିପରି ଜନ୍ମମାଟି ମୋହନଗିରୀଠାରେ ମଧ୍ୟ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା । ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ, ଶୁକଦେବ ସାହୁ, ଦିବାକର ସାହୁ, ଲକ୍ଷ୍ମୀକାନ୍ତ ବେହେରା, ହରିବନ୍ଧୁ ଦାସ, ସୂର୍ଯ୍ୟ ନାରାୟଣ ସାହୁ (ଭୂପିନ୍ଦ୍ର), ସୁବ୍ରତ ସାହୁ, ସୁନୀଲ ଭୋଇଙ୍କ ସମେତ ବୁଦ୍ଧିଜୀବି ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.