ଓଡ଼ିଆ ବାର୍ତ୍ତା/କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଗ ନେଇଥିବା ବିଭିନ୍ନ ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ଗାଁ ଦାଣ୍ଡ । ବାଟେ ଘାଟେ, ଦୋକାନ ବଜାର, ଖଟି ସବୁଠି ଚାଲିଛି ରାଜନୈତିକ ଚର୍ଚ୍ଚା । ଏହାରି ଭିତରେ ନର୍ଲା ବ୍ଲକର ୨୬ଟି ପଞ୍ଚାୟତର ସମିତି ସଭ୍ୟ ଲଢେଇ ରୋଚକ ମୋଡରେ ପହଞ୍ଚିଛି । ବିଜୟୀ ସମିତି ସଭ୍ୟମାନେ ବ୍ଲକ ଅଧ୍ୟକ୍ଷାଙ୍କୁ ନିର୍ବାଚିତ କରିବେ । ତେବେ ନର୍ଲା ବ୍ଲକର ଏକ ଗୁରୁତ୍ବପୂର୍ଣ୍ଣ ପଞ୍ଚାୟତ ରୁପ୍ରାରେ ସମିତି ସଭ୍ୟ ଲଢେଇ ଜୋରଦାର ହୋଇଛି । ଏଠାରେ ସର୍ବମୋଟ ୪ଜଣ ପ୍ରାର୍ଥୀନୀ ଲଢେଇ କରୁଥିବା ବେଳେ ବର୍ତ୍ତମାନର ସମୟରେ ‘ତାଲା ଚାବି’ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସୁଲୋଚନା ପଟ୍ଟନାୟକଙ୍କୁ ନେଇ ଭୋଟର୍ସ ବେଶ ଆଶାବାଦୀ ଥିବା ରାଜନୈତିକ ବିଶ୍ଲେଷଣରୁ ଜଣାପଡିଛି । ସରକାରଙ୍କ କୋଭିଡ ଗାଇଡ ଲାଇନ ପାଳନ ପୂର୍ବକ ଶୃଙ୍ଖଳିତ ଭାବେ ସେ ଅତି ଅଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ପଞ୍ଚାୟତର ପ୍ରତ୍ୟକ ଗ୍ରାମର ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି । ଜନତା ମଧ୍ୟ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଛନ୍ତି । ପୂର୍ବରୁ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିଥିବା ସୁଲୋଚନା ନାରୀ ଶିକ୍ଷା ଓ ନାରୀ ଜାଗରଣ ଉପରେ କାମ କରିଛନ୍ତି । ତାଙ୍କ ସ୍ବାମୀ ହରଦେବ ପଟ୍ଟନାୟକ ମଧ୍ୟ ଜଣେ ସମାଜସେବୀ ଭାବେ ଅଞ୍ଚଳରେ ଜଣାଶୁଣା । ଏପଟେ ଜଣ ନାରୀନେତ୍ରୀ ଭାବେ ସୁଲୋଚନାଙ୍କ ସୁଖ୍ୟାତି ରହିଛି । ଉତ୍ତମ ଜନ ସଂପର୍କ ଏବଂ ସମାଜସେବା ତାଙ୍କୁ ନିର୍ବାଚନ ବୈତରଣୀ ପାର କରାଇବାରେ ସହାୟକ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।