ରୋଚକ ମୋଡରେ ରାକ୍ସି ସରପଞ୍ଚ ଲଢେଇ, ଯେମନ୍ତ ପୋଢଙ୍କ ପ୍ରଚାର ଜୋରଦାର

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି: ନିର୍ବାଚନ ଘନଘଟା ମଧ୍ୟରେ ରାକ୍ସି ଗ୍ରାମ ପଞ୍ଚାୟତର ସରପଞ୍ଚ ଲଢେଇ ଜୋରଦାର ହୋଇଛି । ନର୍ଲା ବ୍ଲକର ରାକ୍ସି ପଞ୍ଚାୟତ ଉପରେ ଏଥର ସମସ୍ତଙ୍କ ନଜର କେନ୍ଦ୍ରିତ ହୋଇଛି । ଚଳିତ ନିର୍ବାଚନରେ ଏହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ମାତ୍ର ଦୁଇଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ରାକ୍ସି ପଞ୍ଚାୟତ ଅଧିନରେ ଖାଇଚୁଆଁ, ବୁଢିପଦର, ରାକ୍ସି ଓ ଗୋଖରା ଏମିତି ୪ଟି ଗ୍ରାମ ଓ ୧୧ ଓ୍ବାର୍ଡ ରହିଛି । ରାକ୍ସି ପଞ୍ଚାୟତର ଏହି ଚାରୋଟି ଗାଁର ୨୫୪୦ ମତଦାତା ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ରାକ୍ସି ସରପଞ୍ଚ ପ୍ରାର୍ଥୀ ଭାବେ ଲଢେଇ କରୁଥିବା ଯେମନ୍ତ ପୋଢ ଗାଁ କୁ ଗାଁ ଘରକୁ ଘର ବୁଲି ଲୋକଙ୍କ ନିକଟରେ ହେଉଛନ୍ତି । ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଚିତ୍ର ନେଇ ସେ ଭୋଟ ଭିକ୍ଷା କରୁଛନ୍ତି । ଲୋକଙ୍କ ଭଲ ପାଇବା ଓ ବିଶ୍ବାସକୁ ନେଇ ସେ ଆଗକୁ ବଢିବେ ଏବଂ ରାକ୍ସି ପଞ୍ଚାୟତର ଜନସାଧାରଣ ତାଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରିବେ ବୋଲି ଯେମନ୍ତ ପୋଢ ଆଶା ବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.