✍🏾ଡୁଇଟ୍ ଡେଭିଡ ଫିଲିପ
ଛି ତୁମର ଉଲଗ୍ନତା
କି ଘୃଣ୍ୟ
ଏହା ତୁମର ବାସ୍ତବତା
ଦେଖି ହୁଏନା,
ମୋ ସାମ୍ନାରେ ଓ
ଶେଷରେ, ସମସ୍ତଙ୍କ ସାମ୍ନାରେ,
ଜାଣି ପାରୁନ ଯେ ତୁମେ କେତେ ଉଲଗ୍ନ
ଆପାଦ ମସ୍ତକ ସବୁ ଦିଶୁଛି
ବରଦାସ୍ତ କରି ହେବନି,
ଏ ବାସ୍ତବତା ପରିଣୟ ପୂର୍ବରୁ ଦେଖିଥିଲେ,
ମୁଁ କେବେ ଆପଣାଇ ନଥାନ୍ତି
ମୁଁ ଲଜ୍ଜିତ, ତୁମକୁ ଦେଖି
ଧାଉଥିଲି ତୁମ ପଛରେ,
ଲୁଚି ଲୁଚି ଚାହୁଁଥିଲି,
ବାହାନା କରୁଥିଲି,
ସେଥିରେ କେତେ ଭଲ ଦିଶୁ ଥିଲ
ଭାବିଥିଲି
ତୁମେ ଆସିଲେ ସବୁ ନୂଆ ହୋଇଯିବ
ସମସ୍ତେ ଖୁଶି ହେବେ,
ଭିତରେ ଏତେ ଘୃଣ୍ୟ
ଭାବୁଥିଲି
ସମସ୍ତଙ୍କ ମନ ନେଇ ଚଳିବ,
ସମସ୍ତଙ୍କୁ ଆପଣେଇ ନେବ,
ସମସ୍ତେ ତୁମଠି
ଶାନ୍ତି ପାଇବେ
ଆମର ଏକତା ରହିବ
ଅନ୍ୟର ମନ ଜିଣିବ,
ଘରେ, ବାହାରେ
ତୁମ ନୀତିରେ ଯଥେଷ୍ଟ ହେବ, ଆମେ ବଢିବା
ଏକ ନୂଆ କାହାଣୀ ସୃଷ୍ଟି ହେବ,
ନୂଆ ଉଜ୍ଜ୍ୱଳ ଭବିଷ୍ୟତ ହେବ
“ମୁଁ ଭାବିଥିଲି, ଆମେ ସବୁ ଭାବି ଥିଲୁ”
ଆମେ ସମସ୍ତେ ତୁମକୁ ଚାହିଁ ଥିଲୁ,
କିଏ, କିଏ ଯଦିଓ ମୂଳରୁ ସନ୍ଦେହ କରୁଥିଲେ !
ଆଜି ତୁମେ, ତୁମ ଶ୍ରୀ ହରାଇଛ,
ତୁମେ ଉଲଙ୍ଗ ହୋଇଛ,
ଲଜ୍ଜିତ କରିଛ
ଇତିହାସ ତ ବଦଳେନି, ଇତିହାସ ନାରେ
ତୁମେ ଏକ କୁତ୍ସିତ ଇତିହାସ ସୃଷ୍ଟି କରିଛ
ଆମେ ସବୁ ସହୁଥିଲୁ
ତୁମେ ଏତେ ଅସହନ ଶିଳ ?
ଏତେ ଇର୍ଷା, ଏତେ ପ୍ରତିଶୋଧ ପରାୟଣ?
କିଛି କିଣି ଖାଇ ହେଉନି
ସବୁ ଥାଇ ଅଭାବି
ଆଜି ତୁମ ପାଇ ବାହାର ଲୋକ ଆସୁନାହାନ୍ତି
ଘର ଲୋକ ବାହାରି ଯିବାକୁ ଚାହୁଁଛନ୍ତି
ଥିଲା ଲୋକ ନଖାଇ ସୋଉଛନ୍ତି
ଶୁଣି ଶୁଣି, ଦେଖି ଦେଖି ଋଗ୍ଣ ହେଲେଣି
ସବୁ ଥାଇ, ଆଜି ସବୁ ହରାଇଛୁ
ତୁମପାଇଁ ଘର, ବାହାର ବ୍ୟବସାୟ ଚାଲୁନୀ
ବାହାରେ ସବେ ଚର୍ଚ୍ଚା
ବ୍ୟବସାୟ ହରାଉଛୁ, ଆମେ ବଦନାମ
କିଣିବା ଶକ୍ତି କମିଛି
ଲୋକ କାମ ଛାଡ଼ୁ ଛନ୍ତି
ତୁମେବୀ, କାମ ଛଡ଼ାଇ ଦେଉଛ
ମିଠା କଥା କହି
ସବୁ କୁ ଏପଟେ ସେପଟେ କରିଦେଲ
ନୂଆ ନାରେ, ପୁରୁଣା କୁ ଭାଙ୍ଗିଦେଲ,
ତୁମେ ଆମର ସଂସ୍କୃତି,
ପରମ୍ପରା ସବୁ ବଦଳାଇ ଦେଲ,
ଯାହାକୁ ନେଇ ଆମେ ଗର୍ବ କରୁ
ବାହାରେ ପରିଚୟ ଥିଲା,
ସହନ ସିଲତା
କ୍ଷମା
ଦୁଖିର ଦୁଃଖରେ ଦୁଃଖୀ
ସବୁ ଚାଲିଗଲା
ଭାବିଥିଲୁ
ତୁମେ ଆସିଲେ ଆହୁରି ପ୍ରଗତି ହେବ
ତୁମ ପାଇ ଖର୍ଚ୍ଚ ବଢ଼ି ଗଲା
ନିଜେ ଦାମିକା ପିନ୍ଧିଲ
ବୁଲିଲ ଅନ୍ୟ ଖର୍ଚ୍ଚରେ,
ଆମର କିଛି ଲାଭ ହେଲାନି
ତୁମେ ସାନ ମାନଙ୍କର ଦୁଃଖ ବଢେଇ ଦେଲ
ବଡ ମାନଙ୍କୁ ଅପମାନିତ କଲ
ତୁମେ ଆମ ମରି ଗଲା ଲୋକଙ୍କୁ ବି ଗାଳି କଲ୍
ଆମ ଗୌରବକୁ ନଷ୍ଟ କଲ୍
ଭଲ ହେଲା ସାତ ବର୍ଷରେ ଜଣା ପଡ଼ିଗଲା
ମୁଁ ବର୍ତ୍ତମାନ ତୁମକୁ ଛାଡ଼ି ଅନ୍ୟର ହାତ ଧରିବି
ମୁଁ ତୁମ ସହିତ ବଞ୍ଛି ପାରିବିନି
ତୁମେ ଏବେବି ପରିବର୍ତ୍ତିତ ହୋଇ ଯାଅ
ନିଜର ଉଲଂଗତାକୁ ଢାଙ୍କ
ନୁଆରେ ଆରମ୍ଭ କର
ଜ୍ଞାନୀ ମାନଙ୍କର ପରାମର୍ଶ ନିଅ
କାହାକୁ ଶତ୍ରୁ ଭାବନି
ଶତ୍ରୁକୁ ବି ପ୍ରେମ କର
ସମସ୍ତେ ଘର ଲୋକ
ହଁ
ତୁମ ଅହଙ୍କାର ପାଇ ତୁମେ ଜାଣି ପାରୁନ
ତୁମେ ପାଗଳ ପରି ବ୍ୟବହାର କରୁଛ,
ତୁମର ଲଜ୍ଜାକୁ ଗୌରବ ଭାବିଛ
ସ୍ପଷ୍ଟ କରି କହୁଛି
ଏପରି ଉଲଙ୍ଗ ଯଦି ହେବ
ଆମେ ତୁମକୁ ନେଇ ଚଳି ପାରିବୁନି
ଆମେ ସମସ୍ତଙ୍କୁ ନେଇ ଚଳିବୂ
ଦରକାର ନାଇ ତମର ହସ ହସ ଚେହେରା
ଆଣିବୁ ଏକ ନୂଆ ଚେହେରା ।।