ଓଡ଼ିଆ ବାର୍ତ୍ତା/ବାଲେଶ୍ବର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଓ ସ୍ବାଗତ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିଲେ । ବିଶିଷ୍ଟ ଉପସ୍ଥାପକ ତଥା ସାହିତ୍ୟିକ କବି ବନ୍ଧୁ ପରିବାରର ରାଜ୍ୟ ସଂଯୋଜକ ସଂଗ୍ରାମ କୁମାର ପରିଡ଼ା ଓ ସାଗର କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଭଳି ଏକ ମହତ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ଉପସ୍ଥିତ ଗୀତାପ୍ରେମୀ ବନ୍ଧୁମାନେ ଭୂରି ଭୂରି ପ୍ରଶଂସା କରିଥିଲେ ।ଗୀତାପାଠ କରିଥିଲେ ଗୀତାଞ୍ଜଳି ପୃଷ୍ଟି, ବିଶ୍ବକସେନ ଦାଶ, ରଞ୍ଜନ କୁମାର ମହାନ୍ତି, ପ୍ରତିମା ଶତପଥୀ, ଶ୍ରୀମତୀ ସ୍ନେହ ମିଶ୍ର, ଜିତେନ୍ଦ୍ର ଗିରି , ସାଗର କୁମାର ପରିଡ଼ା, ପ୍ରଫୁଲ୍ଲ କୁମାର ଦାସ, ପ୍ରିୟମ୍ବଦା ସାମଲ,ବନଲକ୍ଷ୍ମୀ ମହାନ୍ତି । ଶେଷରେ ସାରଗର୍ଭକ ବାଣୀ ରଖିଥିଲେ ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟର ପ୍ରାକ୍ତନ ଉପାଧ୍ୟକ୍ଷା ସଂଯୁକ୍ତା ରାଉତ । ଗୀତାମୃତ ଶ୍ରବଣ ପାଇଁ ଓଡ଼ିଶାର କୋଣ ଅନୁକୋଣ ତଥା ମୁମ୍ବାଇର ଶ୍ରୀମତୀ ସ୍ନେହ ମିଶ୍ର, ଆମେରିକାରୁ ବୈଜ୍ଞାନିକ ଚନ୍ଦ୍ରା ମିଶ୍ରଙ୍କ ଭଳି ଅନେକ ଭକ୍ତ ତଥା ସାହିତ୍ୟିକ ଯୋଗ ଦେଇ ଗୀତାମୃତ ଶ୍ରବଣ କରିଥିଲେ । ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବଦ୍ରିନାରାୟଣ ମହାନ୍ତି, ବିନୋଦିନୀ ଦାଶ, ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ସରୋଜିନୀ ପତି, ସ୍ନିଗ୍ଧା ସାମନ୍ତରାୟ, ରଞ୍ଜନ କୁମାର ମହାନ୍ତି, ବିଶ୍ଵେଶ୍ଵର ମାଝୀ, ବିପିନ ବିହାରୀ ବାରିକ, ରୀତା ଅପରାଜିତା ମହାନ୍ତି, ଶାଶ୍ଵତୀ କର,ସ୍ନିଗ୍ଧା ସାମନ୍ତରାୟ, ଅରୁଣ କୁମାର ମହାପାତ୍ର, କ୍ଷଣପ୍ରଭା ସାହୁ, ପ୍ରିୟମ୍ବଦା ସାମଲ, ସଂଗ୍ରାମ କିଶୋର ପରିଡା, ନିର୍ମଳ ନାୟକ, ନିରଞ୍ଜନ କରଣ, ସଂଯୁକ୍ତ ରଥ, ଶ୍ରଦ୍ଧାସୁମନ ପଣ୍ଡା, ବିନୋଦିନୀ ଦାଶ, ଅନୁରାଧା ପାତ୍ର, ବନିତା ସିଂହ, ଲତା ମଲ୍ଲିକଙ୍କ ସହ ଆହୁରି ଅନେକ ଗୀତାପ୍ରେମୀ ଭକ୍ତବୃନ୍ଦ ଉପସ୍ଥିତ ଥିଲେ । ସୁନାଫୁଲ ର ସମ୍ପାଦିକା ନିରୁପମା ପତି ବୈଷୟିକ ସହାୟତା କରିଥିଲେ । ସଂଗ୍ରାମ କେଶରୀ ପରିଡ଼ା ଧନ୍ୟବାଦ ଦେବା ସହ ସାଗର କୁମାର ପରିଡ଼ା ଶାନ୍ତିପାଠ କରିଥିଲେ । ପ୍ରତ୍ୟେକ ଗୁରୁବାର ସନ୍ଧ୍ୟା ୭ ଟା ବେଳେ ଗୀତାମୃତ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଆୟୋଜିତ ହେବ ବୋଲି ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ର ସୂଚନା ଦେଇଛନ୍ତି ।