ଗ୍ରାମବାସୀ ଓ ବିଧାୟକଙ୍କ ମଧ୍ୟରେ ଆଲୋଚନା: ଭୋଟ୍ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଟିଟ୍ରିପଡାବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ଟିଟ୍ରିପଡା ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇ ଥୁଆମୂଳ ରାମପୁର ବିଡିଓଙ୍କୁ ୫ ଦଫା ଦାବି ବିଶିଷ୍ଟଏକ ଦାବି ପତ୍ର ପ୍ରଦାନ କରିଥିଲେ । ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧିନ ୪ ନମ୍ବର ଓ୍ବାର୍ଡ ହୋଇଥିଲେ ମଧ୍ୟ ଏହି ଗାଁ ଆଜି ପର୍ଯ୍ୟନ୍ତ ରାଜସ୍ବ ଗ୍ରାମର ମାନ୍ୟତା ନପାଇ ସିରିମସ୍କା ଗ୍ରାମର ଉପଗ୍ରାମ ଭାବେ ରହିଆସିଛି । ଟିଟ୍ରିପଡା ଏକ ଓ୍ବାର୍ଡ ହୋଇଥିଲେ ମଧ୍ୟ ସରକାରଙ୍କ ଯେକୌଣସି ଯୋଜନା ଆସିଲେ ମୁଖ୍ୟ ରାଜସ୍ବ ଗ୍ରାମ ସିରିମସ୍କା ଏସବୁ ଯୋଜନାର ଫାଇଦା ଉଠାଇଥାଏ ବୋଲି ଟିଟ୍ରିପଡା ବାସୀ ଅଭିଯୋଗ ଆଣିଛନ୍ତି । ଏଣୁ ଟିଟ୍ରିପଡାକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପ୍ରମୁଖ ଦାବି ଭାବେ ଉପସ୍ଥାପନା କରାଯାଇଛି ।ଏଥିସହିତ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ବସୁଧା ଯୋଜନାରେ ପାନୀୟଜଳ ଯୋଗାଣ ଓ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ସାମିଲ କରାଯିବା ଭଳି ସମସ୍ୟାର ସମାଧାନ ପାଇଁ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିଲେ ଟିଟ୍ରିପଡା ବାସୀ । ଆଜି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଥୁଆମୂଳ ରାମପୁର ଜୋନ୍ ୨ର ବିଜେଡି ପ୍ରାର୍ଥୀନୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ବେଳେ ଟିଟ୍ରିପଡା ବାସୀଙ୍କ ସହିତ ଆଲୋଚନା କରିଥିଲେ । ଭୋଟ୍ ବର୍ଜନ ନକରି ଭୋଟ ଦେବାକୁ ବୁଝାଇଥିଲେ । ଯେଉଁ ସମସ୍ୟା ଗୁଡିକୁ ନେଇ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିଲେ ନିର୍ବାଚନ ପରେ ଏସବୁ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ଦିଶାରୀ ଅସନ୍ତୁଷ୍ଟ ଗ୍ରାମବାସୀଙ୍କୁ ବୁଝାଇଥିଲେ । ଉଭୟ ଗ୍ରାମବାସୀ ଓ ବିଧାୟକଙ୍କ ଆପୋଷ ଆଲୋଚନା ପରେ ଗ୍ରାମବାସୀ ଭୋଟ୍ ବର୍ଜନ ନିଷ୍ପତ୍ତିରୁ ଓହରିବାକୁ ସହମତି ପ୍ରକାଶ କରିଛନ୍ତି ଟିଟ୍ରିପଡା ବାସୀ ।ବିଧାୟକଙ୍କ ସହିତ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ଯେମିତି ଆଲୋଚନା ହେଇ ନରହୁ ତାହାକୁ ବାସ୍ତବତାର ରୁପ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.