ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରୁ ପଡ଼ି ହାତ ହରାଇଲେ ଶ୍ରମିକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଚେନ୍ନାଇ ଯାଉଥିଲେ ହେଲେ ବାଟରେ ଟ୍ରେନରୁ ଖସିପଡି ହାତ ହରାଇ ଘରକୁ ଫେରିଛନ୍ତି ଜୟପଟଣା ବ୍ଳକ ଅନ୍ତର୍ଗତ ରଣମାଲ ଗ୍ରାମର ରଞ୍ଜିତ ବେରୁକ (୪୨) । ଜମି ବାଡ଼ି ନଥିବା ରଞ୍ଜିତ ଗତ ୮ତାରିଖରେ ଚେନ୍ନାଇ ଯିବା ପାଇଁ କେସିଙ୍ଗା ରେଳ ଷ୍ଟେସନରେରେ ରାତି ପ୍ରାୟ ୨ଟା୩୦ରେ ଟ୍ରେନରେ ବସିଥିଲେ ୩ଟା ସମୟରେ ନର୍ଲାରୋଡ ଗେଟ ସମ୍ଭୁଖରେ ଟ୍ରେନରେ ଭିଡ଼ ଯୋଗୁଁ ଚଳନ୍ତା ଟ୍ରେନରୁ ତଳେ ପଡି ଯାଇଥିଲେ । ରଞ୍ଜିତଙ୍କ ହାତରେ ଗୁରୁତର ଆଘାତ ଲାଗିଥିଲା । ରେଲୱେ ପୋଲିସ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା କରିଥିଲେ ।ସେଠାରେ ତାଙ୍କ ବାମ ହାତ କଟା ଯାଇଥିଲା । ସ୍ତ୍ରୀ ମାଧବୀ ପକ୍ଷାଘାତ ଯୋଗୁଁ କୌଣସି କାମ କରି ପାରୁ ନାହାନ୍ତି । ଏଭଳି ପରିସ୍ଥିତିରେ ଝିଅ ଶ୍ରଦ୍ଧା(୧୬)ର ରୋଜଗାର ହିଁ ପରିବାରର ଭରସା । ଏଭଳି ସ୍ଥିତିରେ ରଞ୍ଜିତ ପାଇଁ ସରକାରୀ ସହାୟତା ଜରୁରୀ ହୋଇ ପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.