ରହିଛି ପ୍ରବଳ ଜନ ସମର୍ଥନ, ମନୋଜ ପଟ୍ଟନାୟକ କୁଣ୍ଡାବନ୍ଧ ସମିତି ସଭ୍ୟ ଭାବେ ନିର୍ବାଚିତ ହେବାର ସମ୍ଭାବନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ରାଜ୍ୟରେ ପାଞ୍ଚୋଟି ପର୍ଯ୍ୟାୟରେ ଭୋଟିଂ ହେଉଥିବାବେଳେ ଶେଷ ପର୍ଯ୍ୟାୟରେ କେସିଙ୍ଗା ବ୍ଲକରେ ଅନୁଷ୍ଠିତ ହେବ ମତଦାନ । ଆସନ୍ତା ଫେବୃୟାରୀ ୨୪ ତାରିଖ ଦିନ ନିଜ ମନ ପସନ୍ଦର ପ୍ରତିନିଧିଙ୍କୁ ଭୋଟ୍ ଦେବେ ମତଦାତା । ଏହାରି ମଧ୍ୟରେ କେସିଙ୍ଗା ବ୍ଲକର କୁଣ୍ଡାବନ୍ଧ ପଞ୍ଚାୟତ ଉପରେ ସମସ୍ତଙ୍କ ନଜର କେନ୍ଦ୍ରିତ ହୋଇଛି । ଅଞ୍ଚଳର ଜଣାଶୁଣା ସମାଜସେବୀ ମନୋଜ ପଟ୍ଟନାୟକ କୁଣ୍ଡାବନ୍ଧ ପଞ୍ଚାୟତରୁ ସମିତି ସଭ୍ୟ ପଦବୀ ପାଇଁ ଲଢେଇ କରୁଛନ୍ତି । ଛାତ୍ର ଜୀବନରୁ ରାଜନୀତି ଓ ସମାଜସେବା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଶ୍ରୀ ପଟ୍ଟନାୟକ ମହାମାରୀ କରୋନା ସମୟରେ ସାରା ଓଡିଶାରେ ଚର୍ଚ୍ଚିତ ଥିଲେ । କରୋନା ମୃତକଙ୍କ ଶବ ସତ୍କାର ଠାରୁ ଆରମ୍ଭ କରି ଅସହାୟଙ୍କ ସେବା କରି ସେ ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି । ଏହାସହ ତୃଣମୂଳ ସ୍ତରରେ ଜନତାଙ୍କ ସହ ସୁସମ୍ପର୍କ ତାଙ୍କ ବିଜୟ ପାଇଁ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । କୁଣ୍ଡାବନ୍ଧକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବା ସହ ସରକାରୀ ଯୋଜନାର ସଫଳ ରୁପାୟନ କରିବାକୁ ଅଣ୍ଟା ଭିଡିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ । ବର୍ତ୍ତମାନ ତାଙ୍କ ପ୍ରତି ପ୍ରବଳ ଜନସମର୍ଥନ ରହିଥିବାରୁ ସେ ନିର୍ବାଚନ ବୈତରଣୀ ପାର ହୋଇପାରନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.