ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଲାଞ୍ଜିଗଡ ବ୍ଲକର ୩୦୬ବୁଥରେ ପଡିଲା ଭୋଟ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ସଫଲତା ପୁର୍ବକ ଶେଷ ହୋଇଛି । ବ୍ଲକର ୨୬ଗୋଟି ପଞ୍ଚାୟତରେ ୫୯୭୮୮ଜଣ ଭୋଟର ରହିଥିବା ବେଳେ ପୁରୁଷ ଭୋଟର ୨୮୯୮୪ ଓ ମହିଳା ଭୋଟର ୩୦୭୯୭ଜଣ ରହିଛନ୍ତି । ବ୍ଲକରେ ମୋଟ ୭୩ଜଣ ସରପଞ୍ଚ ପ୍ରାର୍ଥି ଓ ପ୍ରାର୍ଥୀନୀ, ୨୧ଜଣ ସମିତିସଭ୍ୟ/ସଭ୍ୟା ପ୍ରାର୍ଥି ଓ ୯ଜଣ ଜିଲ୍ଲାପରିଷଦ ପ୍ରାର୍ଥି ଥିଲେ । ଏହି ନିର୍ବାଚନ ପାଇଁ ୯୭୪ଜଣ ପୁଲିଙ୍ଗ କର୍ମଚାରୀ ନିୟୋଜିତ ହୋଇଥିଲେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଅବଲମ୍ବନ କରାଯାଇଥିଲା । ମଙ୍ଗଳବାର ସକାଳ ୭ଟାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ହେଲେ କାଁ ଭାଁ କିଛି ଯାଗାରେ ବିଭିନ୍ନ ସମସ୍ୟାକୁ ନେଇ ଭୋଟ ବର୍ଜନ ମଧ୍ୟ କରାଯାଇଥିଲା । ବ୍ଲକର ବେନଗାଁ, କାନକୁଟ୍ରୁ, ବିଜେପୁର, ବେଡାଗାଁ, କୁମଖାଲ, ବନ୍ଧପାରୀ, ଲାଖବାହାଲି, ପାହାଡପଦର ଓ ମାଳିଯୁବାଙ୍ଗ ପଞ୍ଚାୟତର ଅନେକ ଗାଁ ଅପହଞ୍ଚ ଇଲାକାରେ ଥିବା ବେଳେ ମୋବାଇଲ ନେଟୱାର୍କ ମଧ୍ୟ ନଥିବାରୁ ପୁଲିଙ୍ଗ କର୍ମଚାରୀ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ । କିଛି ଗାଁରେ ସେମାନଙ୍କର ରହିବାର ବ୍ୟବସ୍ଥା ମଧ୍ୟ ନଥିଲା, ଲୋକଙ୍କ ଘରେ ସେମାନେ ଆଶ୍ରୟ ନେଇଥିଲେ ଓ ସକାଳ ୭ଟାରୁ ଡାଳକୁଡିଆରେ ନିର୍ମିତ ଅସ୍ଥାୟୀ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଚାଲିଥିଲା । ବ୍ଲକର ବେଡାଗାଁ ପଞ୍ଚାୟତର ସଲପାଙ୍ଗ ଓ ଲାଖବାହାଲି ପଞ୍ଚାୟତର କନ୍ଧସାର୍ଲି ଗାଁ ଲୋକେ ଅଞ୍ଚଳର ସାମଗ୍ରିକ ବିକାଶ ଓ ପ୍ରଶାସନର ଅଣଦେଖାକୁ ନେଇ ଭୋଟ ବର୍ଜନ କରିଥିଲେ । ମଙ୍ଗଳବାର ୧ଟା ସୁଦ୍ଧା ୩୦୬ଗୋଟି ବୁଥରେ ୮୦.୬୫ପ୍ରତିଶତ ଭୋଟ ପଡିଥିବା ନିର୍ବାଚନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି । ଲାଞ୍ଜିଗଡ ବ୍ଲକରେ ୫୩ ସମ୍ବେଦନଶିଳ ଓ ୨୫ଗୋଟି ଅତିସମ୍ବେଦନଶିଳ ବୁଥ ଥିବା ବେଳେ ଏଥିର ସୁରକ୍ଷା ପାଇଁ ଆଇଆରବି ଓ ସିଆରପିଏଫ ଜବାନ ମାନଙ୍କୁ ଚର୍ତୁପାଶ୍ୱର୍ରେ ମୃତୟନ କରାଯାଇଥିବା ବେଳେ ଗ୍ରାମରକ୍ଷୀ ମାନଙ୍କୁ ଶାନ୍ତିଶୃଙ୍ଖଳା ପାଇଁ ମତଦାନ କେନ୍ଦ୍ରରେ ନିୟୋଜିତ କରାଯାଇଥିଲା । ଯେହେତୁ ଏହା ମାଓ ପ୍ରବଣ ଅଞ୍ଚଳ ସୁରକ୍ଷାକୁ ଦୃଷ୍ଟିରେ ରଖି ୮ଗୋଟି ପୁଲିସ ଟିମ୍ ବିଭିନ୍ନ ବୁଥକୁ ଯାଇ ନଜର ରଖିଥିଲେ ।

ରିପୋର୍ଟ: ଦୁଃଖିଶ୍ୟାମ ନାଗ (ନିଲେଶ), ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.