ଓଡ଼ିଆ ବାର୍ତ୍ତା/ ଢେଙ୍କାନାଳ: ସାମ୍ବାଦିକା ତଥା ସମାଜସେବୀ ଅଙ୍କିତା ସାହୁ ଢେଙ୍କାନାଳ ଜିଲ୍ଲା ଦେଓଗାଁ ଠାରେ ସାନିଟାରୀ ନାପକିନ୍ କିଟ୍ ବଣ୍ଟନ କରିଛନ୍ତି । ଏହି ଅବସରରେ ସେ ଗାଁର ମହିଳାମାନଙ୍କୁ ଭେଟିବାସହ ମାସିକ ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ଅବଗତ କରାଇଥିଲେ । ବଣ୍ଟନଲଜ୍ୟା କି ଡର ନୁହେଁ ବରଂ ସ୍ୱଚ୍ଛତାକୁ ନେଇ ମୁହଁ ଖୋଲିବା ସମୟ ଆସିଛି ବୋଲି ସେମାନଙ୍କୁ ସଚେତନତା କରାଇଥିଲେ ଅଙ୍କିତା ।ଏହିପରି ସଚେତନତା ଅଭିଯାନ ମହିଳାଙ୍କ ଋତୁସ୍ରାବର ସ୍ୱଚ୍ଛତା ବଜାୟ ରଖିବା ସହ ନାରୀମାନଙ୍କ ଗୁରୁତର ରୋଗରୁ ରକ୍ଷା ପାଇବାରେ ସହାୟକ ହେବ ବୋଲି କହିଥିଲେ । ଆଗରୁ ଓଡ଼ିଶାର ଅନେକ ଜିଲ୍ଲାରେ ସେ ଏହି ସଚେତନତା କାର୍ଯ୍ୟକ୍ରମ କରିସାରିଛନ୍ତି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବୃହତ୍ ସ୍ତରରେ କରିବାକୁ ଯୋଜନା ରଖିଛନ୍ତି ଅଙ୍କିତା ସାହୁ ।