ଓଡ଼ିଆ ବାର୍ତ୍ତା/ ବାଲେଶ୍ବର: ବାଲେଶ୍ଵର ଜିଲ୍ଲାର ପ୍ରତିଷ୍ଠିତ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାରର ପକ୍ଷରୁ ଆଭାସୀ ମାଧ୍ୟମରେ ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଓ ସ୍ବାଗତ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖି ଶୁଭାରମ୍ଭ କରିଥିଲେ । ଗୀତାମୃତ ପାଠ କରିଥିଲେ ବିଶ୍ବକସେନ ଦାଶ, ହରଞ୍ଜନ କୁମାର ମହାନ୍ତି ଓ ଶ୍ରୀମତୀ ସ୍ନେହ ମିଶ୍ର ।ବିଶିଷ୍ଟ ଆଲୋଚକ, ପ୍ରବଚକ ବାଗ୍ମୀ ହରେକୃଷ୍ଣ ଗିରି ପଠିତ ଶ୍ଲୋକ ସମୂହର ବିଷଦ୍ ଆଲୋଚନା କରିଥିଲେ । ଏହି ଅମୃତମୟ କାର୍ଯ୍ୟକ୍ରମରେ ମହତ୍ତ୍ୱପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ ଅଧ୍ୟାପିକା ସଂଯୁକ୍ତା ରାଉତ । ଆୟୋଜିକାଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀମଦ୍ ଭଗବତ ଗୀତାର ପୂର୍ବାଭାସ ସଂପର୍କରେ ସମ୍ୟକ ଆଲୋଚନା କରିଥିଲେ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର । ସଂଯୁକ୍ତା ରାଉତ ଗୀତାର ପ୍ରଥମ ଅଧ୍ୟାୟର ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ ।
ଗୀତାମୃତ ଶ୍ରବଣ ପାଇଁ ଆମେରିକାରୁ ବୈଜ୍ଞାନିକ ଚନ୍ଦ୍ରା ମିଶ୍ର, ମୁମ୍ବାଇରୁ ସ୍ନେହ ମିଶ୍ରଙ୍କ ସମେତ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବିଶ୍ବକସେନ ଦାଶ, ବଦ୍ରିନାରାୟଣ ମହାନ୍ତି, ବିନୋଦିନୀ ଦାଶ, ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ସରୋଜିନୀ ପତି, ସ୍ନିଗ୍ଧା ସାମନ୍ତରାୟ, ରଞ୍ଜନ କୁମାର ମହାନ୍ତି, ବିଶ୍ଵେଶ୍ଵର ମାଝୀ, ବିପିନ ବିହାରୀ ବାରିକ, ରୀତା ଅପରାଜିତା ମହାନ୍ତି, ଶାଶ୍ଵତୀ କର, ସ୍ନିଗ୍ଧା ସାମନ୍ତରାୟ, ଅରୁଣ କୁମାର ମହାପାତ୍ର, କ୍ଷଣପ୍ରଭା ସାହୁ, ପ୍ରିୟମ୍ବଦା ସାମଲ, ସଂଗ୍ରାମ କିଶୋର ପରିଡା, ନିର୍ମଳ ନାୟକ, ନିରଞ୍ଜନ କରଣ, ଶ୍ରଦ୍ଧାସୁମନ ପଣ୍ଡା, ବିନୋଦିନୀ ଦାଶ, ଅନୁରାଧା ପାତ୍ର, ବନିତା ସିଂହ, ଲତା ମଲ୍ଲିକଙ୍କ ସହ ଆହୁରି ଅନେକ ଗୀତାପ୍ରେମୀ ଓ ସାହିତ୍ୟିକ ଉପସ୍ଥିତ ଥିଲେ । ବୈଷୟିକ ସହାୟତା କରିଥିଲେ ସୁନାଫୁଲର ସମ୍ପାଦିକା ନିରୁପମା ପତି । ଗୀତାରାଣୀ ପୁରୀ ଶାନ୍ତିପାଠ କରିଥିବାବେଳେ ବିଶିଷ୍ଟ ଉପସ୍ଥାପକ ତଥା ସାହିତ୍ୟିକ କବି ବନ୍ଧୁ ପରିବାରର ରାଜ୍ୟ ସଂଯୋଜକ ରଞ୍ଜନ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ପ୍ରତ୍ୟେକ ଗୁରୁବାର ସନ୍ଧ୍ୟା ୭ ଟା ବେଳେ ଆଭାସୀ ମାଧ୍ୟମରେ ଗୀତାମୃତ ଅନୁଷ୍ଠିତ ହେବ ବୋଲି ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ର କହିଥିଲେ । ସେହି କ୍ରମରେ ଫେବୃଆରୀ ୨୪ ଗୁରୁବାର ଚତୁର୍ଥ ପର୍ଯ୍ୟାୟରେ ଅର୍ଜୁନ ବିଷାଦ ଯୋଗର ୪୧ ତମ ଶ୍ଲୋକରୁ ୪୭ତମ ଶ୍ଲୋକ ପର୍ଯ୍ୟନ୍ତ ପାଠ ଓ ବ୍ୟାଖ୍ୟା ମୂଳକ ଭକ୍ତିରସାତ୍ମକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।