ବିଦ୍ୟାଳୟରେ କନିଷ୍ଠ ରେଡ଼କ୍ରସ ଶାଖା ଗଠିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ବିଦ୍ୟାଳୟ ସ୍ତରରୁ ରେଡ଼କ୍ରସ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ପାଇଁ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜୁନିୟର ରେଡ଼ କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା ଦଶମନ୍ତପୁର ବ୍ଲକର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବାଲିଘାଟ, ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପୋଡ଼ାଗଡ଼, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମଇନାମାଳ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏ. ମାଲକାନଗିରି, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପି.ବେଢ଼ାପଦର, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କିଟେସ ପରିଦର୍ଶନ କରି ବିଦ୍ୟାଳୟର ଜୁନିୟର ରେଡ଼ କ୍ରସ କାର୍ଯ୍ୟ ତଦାରଖ କରିଥିଲେ ।ଏହି ଅବସରରେ ଦଶମନ୍ତପୁର ବ୍ଲକର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମଇନାମାଳ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏ.ମାଲକାନଗିରି, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପି.ବେଢ଼ାପଦର,ଏବଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କିଟେସ ଠାରେ ନୂତନ ଭାବେ କନିଷ୍ଠ ରେଡ଼କ୍ରସ ଶାଖା ଗଠନ କରାଯାଇଥିଲା । ଅନ୍ୟ ବିଦ୍ୟାଳୟମାନଙ୍କରେ ରେଡ଼କ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅନୁରୋଧ କରିବା ସହିତ ବିଦ୍ୟାଳୟମାନଙ୍କରେ କିଭଳି ଜୁନିୟର ରେଡ଼ କ୍ରସ କମିଟି ଗଠନ ହେବ। ବିଭିନ୍ନ ପ୍ରକାର ରେଡ଼କ୍ରସ ସମ୍ପର୍କିତ କାର୍ଯ୍ୟକ୍ରମ କିପରି କରାଯାଇ ପାରିବ ସେ ବିଷୟରେ ଶ୍ରୀ ପଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରାଇଥିଲେ । ଜୁନିୟର ରେଡ଼ କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନେ ମଧ୍ୟ ରେଡ଼ କ୍ରସ କାର୍ଯ୍ୟକ୍ରମକୁ ନିଜ ନିଜ ବିଦ୍ୟାଳୟରେ ତ୍ୱରାନ୍ୱିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.