ପଞ୍ଚାୟତିରାଜ ଦିବସ ଅବସରରେ ସରିଆଁର ନବ ନିର୍ବାଚିତ ସରପଞ୍ଚ ଓମପ୍ରକାଶ ଛତ୍ରିଆଙ୍କ ବାର୍ତ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଆଜି ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସ । ସାରା ରାଜ୍ୟରେ ଉତ୍ସାହ ଉଦ୍ଦୀପନା ସହ ଏହି ଦିନକୁ ପାଳନ କରାଯାଉଛି । ଏହି ଅବସରରେ ନର୍ଲା ବ୍ଲକ ସରିଆଁ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଓମପ୍ରକାଶ ଛତ୍ରିଆ ପଞ୍ଚାୟତବାସୀଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଓଡିଆ ବାର୍ତ୍ତା ମାଧ୍ଯମରେ ସେ ସରିଆଁ ପଞ୍ଚାୟତବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି ପ୍ରାର୍ଥନା କରିଛନ୍ତି । ସେ ନିଜ ବିଜୟର ଶ୍ରେୟ ପଞ୍ଚାୟତବାସୀଙ୍କୁ ଦେବାସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗକୁ ସେ ବିଧିବଦ୍ଧ ଭାବେ ପଞ୍ଚାୟତର ଦାଇତ୍ୱ ଗ୍ରହଣ କରିବାକୁ ଥିବାରୁ ବେଶ୍ ଖୁସି ଅଛନ୍ତି । ତେଣୁ ସରିଆଁ ପଞ୍ଚାୟତକୁ ବିକାଶ ପଥରେ ଆଗେଇ ନେବାପାଇଁ ପଞ୍ଚାୟତର ଚିଆଁପଦର, ଅର୍ଜୁନ ଗାଁ, ଟୋଲବ୍ରାହ୍ମଣୀ, ସରିଆଁ ଏବଂ ଦେଣ୍ଡୋଗୁଡା ଗ୍ରାମବାସୀଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ଓମପ୍ରକାଶ ଛତ୍ରିଆ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.