ସମାଜସେବାରେ ସଦା ସମର୍ପିତ ବିଜୟ ଧଙ୍ଗଡାମାଝୀ

ପୁଣି ରକ୍ତଦାନ କରି ବଞ୍ଚାଇଲେ ରୋଗୀଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ସମାଜସେବାରେ ସଦା ସମର୍ପିତ ପୂର୍ବତନ ରାକ୍ସି ସରପଞ୍ଚ ବିଜୟ ଧଙ୍ଗଡାମାଝୀ ପୁଣିଥରେ ରକ୍ତଦାନ କରିଛନ୍ତି । ନର୍ଲା ବ୍ଲକ ବୁଢିପଦର ଗ୍ରାମର ରଜନୀ ଗଉଡ଼ଙ୍କ ଝିଅ ନକେଶୀ (୧୬) ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କୁ O+ ରକ୍ତର ନିତ୍ୟାନ୍ତ ଆବଶ୍ୟକ ଥିବାରୁ ଶ୍ରୀଯୁକ୍ତ ଧଙ୍ଗଡାମାଝୀ ନିଜେ ରକ୍ତଦାନ କରିଛନ୍ତି । ନକେଶୀଙ୍କୁ ଭବାନୀପାଟଣା ନେବାଠାରୁ ଆରମ୍ଭ କରି ଉତ୍ତମ ଚିକିତ୍ସା ପର୍ଯ୍ୟନ୍ତ ସବୁ କାର୍ଯ୍ୟର ତଦାରଖ କରୁଛନ୍ତି ବିଜୟ । ଏଠାରେ ପ୍ରକାଶଯୋଗ୍ୟ ଯେ, ରାକ୍ସି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ ନିଜ ଜୀବନର ଆଦ୍ୟ ଭାଗରୁ ଅଞ୍ଚଳର ଜନସାଧାରଣଙ୍କ ସୁଖ ଦୁଃଖରେ ସମଭାଗି ହୋଇ ସମସ୍ତଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେ ନିଜେ ୫ବର୍ଷ ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରମାଁ ଧଙ୍ଗଡାମାଝୀ ମଧ୍ୟ ୫ବର୍ଷ ପାଇଁ ରାକ୍ସି ସରପଞ୍ଚ ଭାବେ କାର୍ଯ୍ୟ କରି ପଞ୍ଚାୟତର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ଏହା ବ୍ୟତିରେକ ପଞ୍ଚାୟତର ଗୋଖରା, ଖାଇଚୁଆଁ, ବୁଢିପଦର, ରାକ୍ସି ସମେତ ପଡୋଶୀ ରୁପ୍ରାରୋଡ ଓ ସରିଆଁ ପଞ୍ଚାୟତ ଏବଂ କେସିଙ୍ଗା ବ୍ଲକର ସାଧାରଣ ଜନତାଙ୍କ ସେବା କରି ଆସୁଛନ୍ତି ବିଜୟ । ବିଜେଡି ଦଳର ଜଣେ ଯୁବ ନେତୃତ୍ବ ବିଜୟ ଧଙ୍ଗଡାମାଝୀ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା, ଦେବଗିରି ମଠ ପରିଚାଳନା ସମିତି ଅଧ୍ୟକ୍ଷ ପରି ଅନେକ ଦାଇତ୍ୱ ନିର୍ବାହ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.