ମନଭାଷା କବିତା ଆସର ପରିବାର ପକ୍ଷରୁ ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଶଂସା ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ବୌଦ୍ଧ ଜିଲ୍ଲା ଗିରାସିଙ୍ଗାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମନଭାଷା କବିତା ଆସର ପରିବାର ତରଫରୁ ଆଭାସୀ ମାଧ୍ୟମରେ ଏକ ମାସିକ ଅନଲାଇନ କବିତା ଆସର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ସଭାପତି ମୀରାବାଈ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆସରର ସମ୍ପାଦକ ଭାବେ ନିବାଶ ନାୟକ ଏବଂ ସହ ସମ୍ପାଦିକା ଭାବେ ରୋଜାଲିନି ସେନାପତି ଯୋଗ ଦେଇ ଆସରକୁ ପରିଚାଳନା କରିଥିବା ଦେଖିବାକୁ ମିଳିଅଛି । ଏହି ଆସରରେ ଓଡିଶା ତଥା ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୯୦ରୁ ଉର୍ଦ୍ଧ ସାରସ୍ୱତ କବି ଏବଂ କବିୟତ୍ରୀ ଭାଗ ନେଇ ନିଜ ନିଜର ସାରସ୍ୱତ ସାଧନା ଜାରି ରଖିଥିବା ଦେଖିବାକୁ ମିଳିଅଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ସମ୍ମାନ ପ୍ରାପ୍ତ କରିଥିବା ୧୪ ଜଣ ପ୍ରତିଭାଗୀଙ୍କ ମଧ୍ୟରେ କୋରାପୁଟର ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ନିଜର ଉପାଦେୟ କବିତା ଉପସ୍ଥାପନ କରି ନିଜ ସାରସ୍ୱତ ପ୍ରତିଭା ବଜାୟ ରଖିଥିବାରୁ ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ସହ ଅଧ୍ୟାପକ ଶ୍ରୀ ପଟ୍ଟନାୟକଙ୍କୁ ଏହି ସାରସ୍ୱତ ମାନପତ୍ର ପ୍ରଦାନ କରାଯାଇଅଛି । ଏହି ଆସରରେ ବହୁ ମୂଲ୍ୟବାନ ଲେଖା ଉପସ୍ଥାପନା କରି ପରିବାରକୁ ରଧିମନ୍ତ କରିଥିବା ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସଭାପତି ମୀରାବାଈ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଅଛି । ଏହି ଅବସରରେ କୋରାପୁଟ ଜଙ୍ଗଲ ବିଭାଗୀର ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ (ଷ୍ଟେନୋ) ତଥା ଭୁବନେଶ୍ୱର ସ୍ଥିତ ନିଶିଗନ୍ଧା ସାହିତ୍ୟ ସଂସଦର କୋରାପୁଟ ଜିଲ୍ଲା ବିଚାରକ ଶ୍ରୀ କେ. ଦିଲ୍ଲୀପ କୁମାର ଯୋଗ ଦେଇ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଏହି ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.