ଆଇନଜୀବୀ ମହେଶ ପଟ୍ଟନାୟକ ହେଲେ ରାୟଗଡା ପୈାର ପରିଷଦ ପାଇଁ ବିଜେଡିର ପୈାରାଧ୍ୟକ୍ଷ ପ୍ରାର୍ଥୀ

୨୪ଜଣ କାଉନସିଲରଙ୍କ ସମେତ ପୈାରାଧ୍ୟକ୍ଷଙ୍କ ନାମ ଘୋଷଣା କଲେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପୈାର ନିର୍ବାଚନର ନାମାଙ୍କନ ପତ୍ର ଦାଖଲ କରିବାର ଆସନ୍ତାକାଲି ଶେଷ ଦିନ ଥିବା ବେଳେ ଆଜି (ରବିବାର) ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ରାୟଗଡା ପୈାର ପରିଷଦ ପୈାରାଧ୍ୟକ୍ଷ ଓ ୨୪ଗାେଟି କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟସଭା ସାଂସଦ ତଥା ରାୟଗଡା ଜିଲ୍ଲା ବିଜେଡିର ବରିଷ୍ଠ ତୁଙ୍ଗ ନେତା ଏନ. ଭାସ୍କର ରାଓ ଏହି ଘୋଷଣା କରିଛନ୍ତି । ରାୟଗଡାରୁ ପୈାରାଧ୍ଯକ୍ଷ ପ୍ରାର୍ଥୀ ଭାବେ ବରିଷ୍ଠ ଆଇନଜୀବି ମହେଶ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଛି । ସେହିପରି ୧ ନମ୍ବର ୱାର୍ଡରୁ ବାସନ୍ତି ବେହେରା,୨ରୁ ମମତା ତାଡିଙ୍ଗି, ୩ରୁ ଶୁଭ୍ରା ପଣ୍ଡା, ୪ରୁ ସୁକାନ୍ତ ପରିଡା, ୫ରୁ ସୁଣ୍ଡି ସୁମିତ, ୬ରୁ କାଳିଦାସ ମାଣ୍ଡାଙ୍ଗି, ୭ରୁ ବ୍ରଜଯୋଗନ ମୋହନ ରାଓ, ୮ରୁ ଏନ.ଚିନ୍ତାଲି, ୯ରୁ ଗୋପିନାଥ ଗୈାଡ, ୧୦ରୁ କମଳକାନ୍ତ ମାଝିି, ୧୧ରୁ ସରୋଜିନୁ ଖୋସଲା, ୧୨ରୁ ସୁଜାତା ପାଳ, ୧୩ରୁ ପ୍ରତିମା ପାଣିଗ୍ରାହୀ, ୧୪ରୁ ପାଲକୋଣ୍ଡା ମମିତା, ୧୫ରୁ ସନ୍ତାେଷ କୁମାର ଦଳେଇ, ୧୬ରୁ ଶର୍ମିଷ୍ଠା ପାଢି କାଉନସିଲର ପ୍ରାର୍ଥୀ ଭାବେ ଚୟନ ହାେଇଥିବା ବେଳେ ୧୭ରୁ ଏମ.ଶ୍ରୀନିବାସ ରାଓ, ,୧୮ରୁ ବି.ରାମଣା, ୧୯ରୁ ଆଦି କୁମାର ନାଚିକା, ୨୦ରୁ ଏମ.ମାଙ୍ଗମା, ୨୧ରୁ ପି.ରୋଜା, ୨୨ରୁ ପାରିଚୁରି ରବି, ୨୩ରୁ ଚେତାଲା ଗୈାରୀ ଓ ୨୪ରୁ ବିଲାସ ବାଗଙ୍କ ନାମ ଘୋଷଣା କରାଯାଇଛି । ଆସନ୍ତାକାଲି ସମସ୍ତ ଘୋଷିତ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଶ୍ରୀ ରାଓ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନଗର ସଭାପତି ସତ୍ୟସୁନ୍ଦର ପାଢୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଅପରପକ୍ଷେ ବିଜେଡି ରାଜ୍ୟ ଚୟନ କମିଟି ପୈାରାଧ୍ୟକ୍ଷ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କୁ ଧନ୍ୟବାଦ ଦେବା ସହ ରାୟଗଡା ପୈାରାଂଚଳବାସୀଙ୍କ ମୈାଳିକ ସୁବିଧାକୁ ଯୋଗାଇବା ସହ ନବୀନ ସରକାରଙ୍କ ଲାେକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖେ ପଂହଚାଇ ବିକାଶଧାରାକୁ ଆଗକୁ ନେବି ବାେଲି ପୈାରାଧ୍ୟକ୍ଷ ପ୍ରାର୍ଥୀ ମହେଶ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.