ନର୍ଲା ଡିଗ୍ରୀ କଲେଜରେ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି,(ଲିଙ୍ଗରାଜ ମିଶ୍ର): ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ କ୍ଷେତ୍ର ଜନସଂପର୍କ କାର୍ଯ୍ୟାଳୟ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲା ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ “ସ୍ବାଧୀନତାର ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଶର ସ୍ବାଧୀନତା ସଂଗ୍ରାମରେ ଅନେକ ସଂଗ୍ରାମୀ ଯୋଗ ଦେଇଥିଲେ । ଦେଶ ପାଇଁ ସମସ୍ତଙ୍କ ବଳୀଦାନ ଗାଥା ଅତିଥି ବୃନ୍ଦ ଶୁଣାଇଥିଲେ । ହେଲେ ହାତ ଗଣତି କିଛି ସଂଗ୍ରାମୀଙ୍କ ବିଷୟ ଇତିହାସ ପୃଷ୍ଠାରେ ରହିଥିବା ବେଳେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଦେଶର ଉତ୍ତର ପିଢୀ ଜାଣି ନାହାନ୍ତି । ଯେଉଁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଗାଥା ଲୁକାୟିତ ଭାବରେ ଅଛି ତାହା ସମସ୍ତଙ୍କୁ ଜଣାଇବା, ସମସ୍ତଙ୍କ ଦୃଷ୍ଟି ଗୋଚରକୁ ଆଣିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ଡିଗ୍ରୀ କଲେଜରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ଡ଼ଃ. ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.