ସିଆରପିଏଫ୍ ୬୪ ବାଟାଲିୟନ ପକ୍ଷରୁ ଜନସଂପର୍କ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାଓପ୍ରବଣ ଅଞ୍ଚଳରେ ଲୋକଙ୍କ ବିଶ୍ବାସଭାଜନ ହେବା ସହିତ ବାମପନ୍ଥୀଙ୍କ ହିଂସାରୁ ଅଞ୍ଚଳକୁ ମୁକ୍ତ କରିବା ଓ ବ୍ୟାପକ ଜନସଚେତନତା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଜନସଂପର୍କ ଶିବିର ମାନ ଆୟୋଜନ କରାଯାଉଛି । ଏହିକ୍ରମରେ ଆଜି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ ଗ୍ରାମପଞ୍ଚାୟତର କିଡିଙ୍ଗ, ମାଡିବନ୍ଧା, କାଉଗୁଡ଼ା ଓ ପୋଖରୀବନ୍ଧ ଗ୍ରାମପଞ୍ଚାୟତର ଜାରେଙ୍ଗପଟା, ଇରକୁଲି ଜନସାଧାରଣଙ୍କୁ ନେଇ ସିଆରପିଏଫ୍ ୬୪ ବାଟାଲିୟନ ସିକେରକୁପା କ୍ୟାମ୍ପ୍ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପରୋକ୍ତ ଗାଁଗୁଡ଼ିକରୁ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

ମୁଖ୍ୟଅତିଥି ଭାବେ ସେକେଣ୍ଡ ଇନ୍ କମାଣ୍ଡ ଧୈର୍ୟପାଲ ସିଂହ, ସମ୍ମାନିତ ଅତିଥି ଭାବେ ଅମର ସିଂହ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓମ୍ ପ୍ରକାଶ, ଜି. ନବୀ, ସିକେରକୁପା ଫାଣ୍ଡି କନେଷ୍ଟବଳ ଗୋକୁଳ ସାହୁ, ଲାଞ୍ଜିଗଡ଼ ରୋଡ଼ର ନବ ନିର୍ବାଚିତ ସରପଞ୍ଚ ମମତା ଶବର ଓ ପୋଖରୀବନ୍ଧ ସରପଞ୍ଚ ସୁନୀତା ମାଝୀ ଯୋଗ ଦେଇଥିଲେ । ଆୟୋଜିତ ଶିବିରରେ ଅଞ୍ଚଳବାସୀ ଜନସାଧାରଣଙ୍କୁ ୧୦୦ଟି ରେଡ଼ିଓସେଟ୍ ବଣ୍ଟନ କରାଯାଇଥିଲା । ଆୟୋଜିତ ଶିବିରକୁ କ୍ୟାମ୍ପର ଯବାନମାନେ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.