ସିଆରପିଏଫ୍ ପକ୍ଷରୁ ମୂଷାନାଳ ଠାରେ ଜନସଂପର୍କ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୂଷାନାଳ ଠାରେ ବି/୧୨ ସିଆରପିଏଫ୍ ଦ୍ୱାରା “ସିବିକ ଆକ୍ସନ ପ୍ରୋଗ୍ରାମ” ଆୟୋଜିତ ହୋଇଯାଇଛି । କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଲୋକଙ୍କୁ ସଚେତନ କରିବା ସହ ସୁସମ୍ପର୍କ ରଖି ଗ୍ରାମବାସୀଙ୍କୁ ଠିକ୍ ରାସ୍ତାରେ ଚାଲିବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲାଂଜି ପଞ୍ଚାୟତର ଦଶଟି ଗ୍ରାମରୁ ପାଞ୍ଚଶହରୁ ଅଧିକ ଲୋକ ଯୋଗଦେଇଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ବାଟାଲିଅନ ଦ୍ଵିତୀୟ କମାଣ୍ଡେଣ୍ଟ ମହମ୍ମଦ ସାଜିଦ୍ ଯୋଗଦେଇ ଗ୍ରାମବାସୀମାନେ ନିଜ ନିଜର ମଙ୍ଗଳ ପାଇଁ ଚେଷ୍ଟା କରିବା ସହ ସରକାରକୁ ବି ସହାୟତା କରିବା ସଂଗେ ସଂଗେ ଦେଶର ହିତ ଓ ଦେଶର ବିକାଶରେ ସହଭାଗୀ ହୁଅନ୍ତୁ ବୋଲି ଉଦବୋଧନ ଦେଇଥିଲେ । ଏଥିରେ ସିଆରପିଏଫ୍ ତରଫରୁ ପୂର୍ଣ୍ଣ ସହାୟତା କରାଯିବ । ଯୁବଗୋଷ୍ଠୀଙ୍କୁ ଦେଶ ସେବାପାଇଁ ସିଆରପିଏଫ୍ ରେ ଯୋଗ ଦେବାକୁ କହିଥିଲେ । ଅନ୍ୟତମ ଅତିଥି ଭାବେ ମୁଷାନାଲ ଏସବିଆଇ ବିଏମ ଜିତେନ୍ଦ୍ର କୁମାର ସାହୁ, ବନ୍ଧପାରି ସିଆରସିସି ତ୍ରିନାଥଶ୍ୟାମ କୁମାର, ମୁଷାନାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମଲ୍ଲିକ, ମୂଷାନାଳ ଯୁବକ କ୍ଲବ୍ ସଭାପତି ମନୀଷ ମିଶ୍ର ମଞ୍ଚାସୀନ ଥିଲେ । ଏହି ଅବସରରେ ଗ୍ରାମବାସୀଙ୍କୁ ରେଡ଼ିଓ, ସୋଲାର ଲାଇଟ୍, ସ୍କୁଲ୍ ବ୍ୟାଗ୍, ପାଣି ବାଲଟି ଆଦି ବଣ୍ଟନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.