ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ସିଂହପୁର ସରପଞ୍ଚ ଭାବରେ ଉଚ୍ଛବ ପଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହି ପଞ୍ଚାୟତର ଦ୍ୱିତୀୟ ସରପଞ୍ଚ ହେଇଥିବାବେଳେ ପ୍ରଥମ ସରପଞ୍ଚ ବିଦ୍ୟାଧର ପାତ୍ରଙ୍କ ପାଖରୁ ଦାୟିତ୍ୱ ନେଇଥିଲେ । ଏକ ଭବ୍ୟ ଶୋଭାଯାତ୍ରାରେ ସେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ ଏବଂ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସମସ୍ତ ୱାର୍ଡ଼ସଭ୍ୟ/ସଭ୍ୟା ଙ୍କ ସମେତ ପଞ୍ଚାୟତ କର୍ମଚାରୀ ତାଙ୍କୁ ସ୍ୱାଗତ କରିଥିଲେ । ପରେ ନିଜର ପ୍ରତିକ୍ରିୟାରେ, ସେ ସିଂହପୁର ଗ୍ରାମ ପଞ୍ଚାୟତର ସାମଗ୍ରିକ ବିକାଶ ଦିଗରେ ସଂପୂର୍ଣ୍ଣ ଯତ୍ନବାନ ହେବା ସହିତ ଉଦ୍ୟମ କରିବି ବୋଲି ପ୍ରକାଶ କରିଥିଲେ ।