ରିତା ଅଗ୍ରୱାଲ ହେଲେ କୋକସରା ବ୍ଲକ ଅଧ୍ୟକ୍ଷା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟର ୩୧୪ ବ୍ଲକରେ ପଞ୍ଚାୟତ ନିର୍ବାଚନ ପରେ ଶନିବାର ବ୍ଲକ ଅଧ୍ୟକ୍ଷା ପାଇଁ ନିର୍ବାଚନ ଚାଲିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ନିର୍ଦ୍ୱନ୍ଦରେ ବ୍ଳକ ଅଧ୍ୟକ୍ଷା ଭାବେ ରିତା ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି । କୋକସରା ବ୍ଲକର ୨୨ ପଂଚାୟତ ର ନିର୍ବାଚିତ ସମିତି ସଭ୍ୟ ସଭ୍ୟା ମାନେ ତାଙ୍କୁ ସମର୍ଥନ କରିଥିବାବେଳେ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ପରେ ସେ କୋକସରା ବ୍ଲକର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ସହଯୋଗ କାମନା କରିଛନ୍ତି । ଏହାସହ ନିଜ ସମର୍ଥକଙ୍କ ଗହଣ ରେ ବିଜୟ ଉତ୍ସବ ପାଳନ କରି ଜନସାଧାରଣଙ୍କ ଆଶ୍ରିବାଦ ଭିକ୍ଷା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.