ପ୍ରହସନ ପାଲଟିଛି ମୋ ସରକାର କକ୍ଷ, ସେବା ପାଇବାରୁ ବଞ୍ଚିତ ସାଧାରଣ ଜନତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ‘ମୋ ସରକାର’ କକ୍ଷ ଅଧିକାଂଶ ସମୟ ବନ୍ଦ ରହୁଥିବା ଦେଖାଯାଇଛି । ବ୍ଲକର ୨୨ ଗୋଟି ପଞ୍ଚାୟତରୁ ଲୋକେ ପ୍ରତିଦିନ ବିଭିନ୍ନ ସମସ୍ୟା, ଅଭିଯୋଗ ନେଇ ଏଠାକୁ ଆସିଥାନ୍ତି । ତେବେ ଏଠାରେ ଥିବା ମୋ ସରକାର କକ୍ଷ ଦିର୍ଘ ଦିନରୁ ଖୋଲା ଯାଉ ନ ଥିବାବେଳେ ସମସ୍ୟା, ଅଭିଯୋଗ ନେଇ ଆସୁଥିବା ଲୋକେ ଗୁହାରୀ ଜଣାଇ ନପାରି ନିରାଶରେ ଫେରୁଥିବା ବିଭିନ୍ନ ସମୟରେ ନଜିରକୁ ଆସିଛି । ପ୍ରାରମ୍ଭରେ କିଛି କର୍ମଚାରୀ ଏହି କକ୍ଷରେ ବସି ବିଭିନ୍ନ ସମସ୍ୟା ଓ ଅଭିଯୋଗ ଗ୍ରହଣ କରି ସମାଧାନ କରୁଥିଲେ । ଏବେ କିନ୍ତୁ ଏହି କକ୍ଷଟି ବନ୍ଦ ରହୁଥିବାରୁ ସାଧାରଣ ଜନତା ସେବା ପାଇ ପାରୁ ନାହାନ୍ତି । ଯେଉଁ ମହତ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଏହି ଯୋଜନା କରିଥିଲେ ତାହା ବାସ୍ତବରେ କେଇଟା ମାସ ଭିତରେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ କୋକସରା ବ୍ଲକରେ ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ନପାରି ପ୍ରହସନ ପାଲିଟିଛି ବୋଲି ଚର୍ଚ୍ଚା ଆଲୋଚନା ଯୋର ଧରିଛି । ଏନେଇ କୋକସରା ବିଡିଓ ମନିଷା ଦାସଙ୍କ ସମେତ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନାରାୟଣ ଭୋଇଙ୍କ ମତାମତ ନେବାକୁ ବାରମ୍ବାର ଫୋନ୍ କରାଯାଇଥିଲେ ବି କଲ ନ ଉଠେଇବାରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.