ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲଡୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁପାଡ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷକ ଋଷ୍ୟଶୃଙ୍ଗ ସାହୁଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କ୍ଷେତ୍ର ମୋହନ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୋଦୀନି ଦଳପତି, ବନମାଳୀ ମାଝୀ, ଧର୍ମାନନ୍ଦ ନାଏକ, ଦିନବନ୍ଧୁ ମହାନ୍ତି, ଶଙ୍କର ରାଉତ, ରାମଚନ୍ଦ୍ର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ବ୍ୟାମକେଶ ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ଦିବଂଗତ ଋଷ୍ୟଶୃଙ୍ଗ ସାହୁ ଜଣେ ନିଷ୍ଠାପର, ଉଦ୍ୟମୀ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଦୃଢ଼ ମନୋବଳ ଓ ସେବାପରାୟଣତା ପାଇଁ ବିଦ୍ୟାଳୟରେ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସହକାରୀ ଶିକ୍ଷକ ଭୀଷ୍ମ ରଥୀ ସେନ ମଞ୍ଚ ପରିଚାଳନା କରିଥିବାବେଳେ ବଦ୍ରି ସାହୁ, ଉମେଶ ସାହୁ, ବିପିନ ସାହୁ, ଷଢ଼ ମାତୁଳ ସାହୁ, କୁଳମଣି ସାହୁ,ବିନୋଦ ସାହୁ, ଦୟାନିଧି ସାହୁ, ହେମନ୍ତ ସାହୁ ଓ ସନ୍ଧ୍ୟା ରାଣୀ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।