କବିତା: ଜୀବନ ମୋ ବେରଙ୍ଗୀ

✍️ରେଖା ଭୋଇ

ଫଗୁଣର ସ୍ପର୍ଶେ ଋତୁରାଜ ଶେଷେ
ଉଲ୍ଲାସିତ ହୁଏ ଧରା,
ହୋଲିର ରଙ୍ଗରେ ରଙ୍ଗାୟିତ ହୁଏ
ଆଜି ଏ ସଂସାର ସାରା ।

Omkar Vasthu
Omkar Vasthu

କିଏ ମାଖି ବୁଲେ ଅବିର ରଙ୍ଗକୁ
କିଏ ଭିଜେ ପ୍ରେମ ରଙ୍ଗେ,
ମୋ ଜୀବନ ଲାଗେ ବେରଙ୍ଗୀ ବେରଙ୍ଗୀ
ନାହିଁ କେହି ମୋର ସଙ୍ଗେ ।

Pearl dental clinic
Near Ashish Medical Store, Bhawanipatna

ଉଙ୍କିମାରେ ଆଜି ଶୂନ୍ୟତା ମନରେ
କର ଆସି ତାକୁ ପୂର୍ଣ୍ଣ,
ତୁମ ପ୍ରୀତିସ୍ପର୍ଶେ ବ୍ୟାକୁଳିତ ଚିତ୍ତ
ହୋଇଯିବ ମୋର ଧନ୍ୟ ।

Udyog Nursery
Udyogi Nursery

ଆସ ହେ ଚପଳେ ଡ଼ାକେ ବାରେ ବାରେ
ନିଳୟ କମଳ ବନେ,
ରଖିବି ତୁମ୍ଭକୁ ହୃଦୟ କନ୍ଦରେ
ବସାଇ ପ୍ରୀତି ଆସନେ ।

ପ୍ରେମ ଅପେକ୍ଷାରେ ମିଳନ ମଧୁର
ଆସ ହୃଦୟ ରାଜ୍ୟରୁ
ଉଚ୍ଛୁଳୁଛି ସୁଧା ଅନ୍ତର ମଧ୍ୟରୁ
ପ୍ରତୀକ୍ଷାର ଶେଷ ସରୁ ।

ହେ ପ୍ରାଣରସଖା ଦିଅ ଥରେ ଦେଖା
ବାନ୍ଧ ତୁମ ବାହୁ ଫାଶେ,
ବୋଳିଦିଅ ଦେହେ ପ୍ରେମ ସାତରଙ୍ଗ
ସ୍ପନ୍ଦନର ପ୍ରତିଶ୍ୱାସେ ।।

ଡେଲାଙ୍ଗ, ପୁରୀ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.