ଜାପାନ ୟୁନିଭର୍ସଲ୍ ପୋଏଟ୍ ଏସୋସିଏସନ୍ ର ସଦସ୍ୟ ଭାବେ ମନୋନୀତ ହେଲେ ଭବାନୀ ଶଙ୍କର ନିଆଲ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଓଡିଆ କବି ଭବାନୀଶଙ୍କର ନିଆଲ ଜାପାନ ୟୁନିଭର୍ସଲ୍ ପୋଏଟ୍ ଏସୋସିଏସନ୍ ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । “ଆମାହାସି” ଜାପାନର ଅତି ପୁରୁଣା ପତ୍ରିକା ଯାହା ଜାପାନ ସ୍ଥିତ ଜାପାନ ୟୁନିଭର୍ସଲ୍ ପୋଏଟ୍ ଏସୋସିଏସନ୍ ଦ୍ୱାରା ପ୍ରକାଶିତ ହୋଇଥାଏ । ଏହି ଏସୋସିଏସନ୍ ର ସଦସ୍ୟ ଭାବରେ ଶ୍ରୀ ନିଆଲ ମନୋନୀତ ହୋଇଥିବା ଖବର ଜଣାପଡିବା ପରେ ରାଜ୍ୟ ତଥା ଦେଶର ଅନେକ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ମାନବତା ଏବଂ ଅନ୍ତଃରାଷ୍ଟ୍ରୀୟ ଏକତା ସଂସ୍କୃତି ଉପରେ ଲଗାତାର କାମକରିବା ସହ କଲମ ମୁନରେ ଏହା ପ୍ରତିପାଦିତ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅନ୍ତଃରାଷ୍ଟ୍ରୀୟ ସଂଗଠନ ତା’ର ସଦସ୍ୟତା ଦେଇଥାଏ । କବିଙ୍କ ଏହି ସଫଳତାରେ ରାଜ୍ୟର ଅନେକ ମହଳରୁ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.