ମଧୁମାଧବ ତୀର୍ଥରେ ଶ୍ରୀରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ପରିବେଶ ମଣ୍ଡିତ ଅତି ମନୋରମ ସ୍ଥାନରେ ରହିଛି ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର । ପୌରାଣିକ କଥାବସ୍ତୁ ଓ ଲୋକଶୃତି ଅନୁସାରେ ଶ୍ରୀରାମ ବନବାସ ସମୟରେ କିଛି ମୁହୂର୍ତ୍ତ ଏହି ଜଙ୍ଗଲ ମଧ୍ୟରେ ଅତିବାହିତ କରିଥିଲେ। ଯାହାର କିଛି ପଦଚିହ୍ନ ଆଜି ମଧ୍ୟ ଏହି ମଧୁମାଧବ ତୀର୍ଥରେ ରହିଥିବା ନେଇ ଅଞ୍ଚଳ ର ବୁଦ୍ଧିଜୀବୀ ମତ ରଖନ୍ତି । ଆଜିକୁ ୫୦ ବର୍ଷ ହେବ ଏହି ମଧୁମାଧବ ପୀଠରେ ଶ୍ରୀ ରାମ ନବମୀ ପାଳନ ହୋଇ ଆସୁଛି । ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ରାମ ନବମୀ ମହୋତ୍ସବ ପାଇଁ ଉନ୍ନୟନ କମିଟି ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶନିବାର ଅଧିବାସ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସହ ଶ୍ରୀ ରାମ ନବମୀ ମହୋତ୍ସବ ଅନୁଷ୍ଠିତ ହେବ । ବିଗତ ୨ ବର୍ଷ କୋଭିଡ କଟକଣା ଯୋଗୁଁ ମହୋତ୍ସବ ବନ୍ଦ ରହିଥିଲା । ଚଳିତ ବର୍ଷ ମହୋତ୍ସବ ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଉନ୍ନୟନ ସମିତି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏ ନେଇ ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ର, ଉପ ସଭାପତି ଅଇରି ନାସନ ଚିନ୍ଦା, ସହ ସଂପାଦକ ଆଦିତ୍ୟ ପଣ୍ଡା, ଘନଶ୍ୟାମ ନାଏକ, ସୁଧୀର ପାତ୍ର, ଅର୍ଜୁନ ଅଗ୍ରୱାଲ, ସୁରେଶ ଅଗ୍ରୱାଲ, ବିରଞ୍ଚି ନାରାୟଣ ପଣ୍ଡା, ଅଜିତ କୁମାର ପଟ୍ଟନାୟକ, ଚକାଡୋଳା ପାତ୍ର, ଗିରିଧର ଧଙ୍ଗଡା ମାଝୀ, ହିମାଂଚଳ ପାତ୍ର ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.