ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା ପାଇଁ ଆୟୋଜନ କମିଟି ବୈଠକ

ଓଡ଼ିଆ ବାର୍ତ୍ତା/ ସୋନପୁର: ଆସନ୍ତା ୧୯ ଏପ୍ରିଲ ମଙ୍ଗଳବ‍ାର ଦିନ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଦ୍ଵାରା ଲଚ୍ଛିପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସୋନପୁର ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସକାଳ ୧୧ ଘଣ୍ଟାରେ ଲଚ୍ଛିପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏବଂ ପରେ ଅପରାହ୍ନରେ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସଭାଗୃହରେ ଭିନ୍ନ ଭାବେ ଦୁଇଟି ଆୟୋଜନ କମିଟି ବୈଠକ ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ବୈଠକରେ ସ୍ଥାନୀୟ ସରପଞ୍ଚ ଜ୍ୟୋତି ରଂଜନ ନୁଆଁଇ ଏବଂ ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ପୁରୋହିତ ମଂଚାସୀନ ଥିବା ବେଳେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ, ମହିଳା ପରିଦର୍ଶକ, ସ୍ଵାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଆଶାକର୍ମୀ ଉପସ୍ଥିତ ଥିଲେ। ବିପିଏମ ଅଶୋକ ମିଶ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ସରୋଜ ଗାନ୍ ଧନ୍ୟବାଦ ଅର୍ପଣ କରିଥିଲେ। ଠିକ ସେହିପରି ଅପରାହ୍ନରେ ଅନୁଷ୍ଠିତ ବୈଠକରେ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀ ଯୋଗଦେଇଥିଲେ। ଉଭୟ ସଭାରେ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସ୍ଵାସ୍ଥ୍ୟମେଳାର ଉଦ୍ଦେଶ୍ୟ ଉପସ୍ଥାପନ କରିବା ସହ ପ୍ରସ୍ତୁତି ଉପରେ ଆଲୋକପାତ କରିଥଲେ। ଏହି ଅବସରରେ ପ୍ରଚାର ରଥର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.