ପିଜ୍ଜା ଦେଇ ୟୁକ୍ରେନ୍‌କୁ ସହାୟତା

ଓଡ଼ିଆ ବାର୍ତ୍ତା/ କାର୍‌କିଭ୍‌: ବର୍ତ୍ତମାନ ବିଭିନ୍ନ ସ୍ଥାନରୁ ୟୁକ୍ରେନ୍‌କୁ ସହାୟତା ମିଳିବାରେ ଲାଗିଛି । ସମସ୍ତେ ନିଜନିଜର ସାମର୍ଥ୍ୟ ଅନୁସାରେ ୟୁକ୍ରେନ୍‌କୁ ସହାୟତା ଯୋଗାଉଛନ୍ତି । ତେବେ ସେହିଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁକ୍ରେନ୍‌ର ଜଣେ ଡିପ୍ଲୋମାଟ୍‌ ଗୋଟିଏ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ଏକ ପିଜ୍ଜା କମ୍ପାନୀର ମାଲିକ କାର୍‌କିଭ୍‌ ସହରରେ ମାଗଣାରେ ପିଜ୍ଜା ବାଣ୍ଟିଛନ୍ତି । ପିଜ୍ଜା କମ୍ପାନୀଙ୍କ ମତର ବିଦେଶରୁ ଅନେକ ଲୋକ ଯୁଦ୍ଧରେ ଫସିଥିବା ୟୁକ୍ରେନ୍‌ ବାସୀ ଓ ସେନାଙ୍କ ପାଇଁ ପିଜ୍ଜା ଅର୍ଡର ଦେଉଛନ୍ତି ।ଯାହାକୁ ସେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯୁଦ୍ଧର ବିଭିନ୍ନ ଅସୁବିଧା ଭିତରେ ବି ୟୁକ୍ରେନ୍‌ର ଅନେକ ଖାଦ୍ୟ ବ୍ୟବସାୟୀ ସେଠିକାର ଲୋକଙ୍କୁ ସାହାଯ୍ୟର ହାତ ବଢାଉଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.