କନ୍ଦରପୁର କୃଷକ ସମବାୟ ସମିତି ଦୁର୍ନୀତି ପ୍ରତିବାଦରେ ୭ରୁ ଆମରଣ ଅନଶନ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର କନ୍ଦରପୁର କୃଷକ ସମବାୟ ସମିତିରେ ୧୫୩ ଜଣ ସଞ୍ଚୟକାରୀଙ୍କ ଟଙ୍କା ସମିତି ମିନି ବ୍ୟାଙ୍କରେ କୋଷାଧ୍ୟକ୍ଷ ଥିବା ଦୀପ୍ତି କୁମାର ପଟ୍ଟନାୟକ ଲୋକଙ୍କ ଜମା ଖାତାରୁ ଅଶୀ ଲକ୍ଷ ଟଙ୍କା ହଡ଼ପ କରି ଫେରାର ଅଛନ୍ତି । ବାରମ୍ବାର ଉପରିସ୍ଥ ଅଧିକାରୀ ଏବଂ ମିନି ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଜଣାଇଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବା ଏକ ଦୁର୍ଭାଗ୍ୟ ଜନକ,ଏହାର ପ୍ରତିବାଦରେ ଚାଷୀମାନେ ଆଗାମୀ ଦିନରେ ସମବାୟ ସମିତି ନିର୍ବାଚନରେ ଅଂଶ ଗ୍ରହଣ ନକରିବାକୁ ନିଷ୍ପତି ନେଇଛନ୍ତି । ସମିତିର ପୂର୍ବତନ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀଙ୍କ ନତୃତ୍ୱରେ ଏକ ପ୍ରତିନିଧି ଦଳ ଯଥା କଟକ ଜିଲ୍ଲା ସମବାୟ ସଂଯୋଜକ ବନ୍ଧୁ ଚରଣ ସାହୁ, ସିସିଭି କଟକ ଜିଲ୍ଲା ସଂଯୋଜକ ବିଜୟ ରାଉତରାୟ, ବାଙ୍କୀ ସିସିଭି ସଂଯୋଜକ ଅଜୟ ମୁଦୁଲି, ସଦର ସମବାୟ ସଂଯୋଜକ କ୍ଷୀରୋଦ ଦଳାଇ, ସହ ସଂଯୋଜକ ବିପିନ୍ ପଣ୍ଡା ପ୍ରମୁଖ ମାନ୍ୟବର ଜିଲ୍ଲାପାଳ, ଡିସିପି ଏବଂ ରାଜ୍ୟ କୋଅପରେଟିଭ ନିର୍ବାଚନ କମିଶନରଙ୍କୁ ଦାବିପତ୍ର ଦେବାସହ ସମସ୍ୟାର ସମାଧାନ ନହେଲେ ଆସନ୍ତା ମାସ ସାତ ତାରିଖ ଠାରୁ ଆମରଣ ଅନଶନରେ ବସିବାକୁ ନାରୀନେତ୍ରୀ ପ୍ରତିଭା ଶତପଥୀ ସ୍ଥିର କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.