ଉବିପ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଅଗ୍ନୀ ବିପନ୍ନଙ୍କୁ ସହାୟତା ପ୍ରଦାନ

ଓଡ଼ିଶା ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ (ଉବିପ) ପକ୍ଷରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ ୪୨ ମୌଜା ବ୍ରହ୍ମପୁର ପଂଚାୟତ ଭୋଇସାହି ସ୍ମୃତିକାନ୍ତ ଭୋଇଙ୍କ ଘର ବଜ୍ରପାତ ଜନିତ ଦୁର୍ଘଟଣାରେ ଘର ପୋଡ଼ି ହେଇଥିବା ଖବର ପାଇ ପଲିଥିନ୍, ପିନ୍ଧା କପଡା, ଖାଦ୍ୟ ସାମଗ୍ରୀ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଜରୁରୀ କାଳୀନ ଭିତ୍ତିରେ ପ୍ରଦାନ କରାଯାଇଛି । ପରିଷଦ ପକ୍ଷରୁ ପ୍ରଭାତ ଦେବତା, ଗାନ୍ଧୀଗୁରୁ ଦାସ, ଦେବୀ ପ୍ରସାଦ ପତି, ଉତ୍ତମ ବାରିକ, ଜୟନ୍ତୀ ସାହୁ, ଶରତ ଭୋଇ, ଗୋବିନ୍ଦ କର, ବିଜୟ ସ୍ଵାଇଁ, ଅନିଲ ମହାପାତ୍ର, ମୁକ୍ତିକାନ୍ତ ମାହାନ୍ତି, ଆନନ୍ଦ ବେହେରା, ଅଭିରାମ ଦଳାଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.