ଡ଼ ଭବାନୀ ଶଙ୍କର ନିଆଲଙ୍କ କବିତା ହିବ୍ରୁ ଭାଷାରେ ହେଲା ଅନୁଦିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଆ କବି ଡ଼ ଭବାନୀଶଙ୍କର ନିଆଲଙ୍କ କବିତା ‘ରିଙ୍ଗ ଆଉଟ’ ହିବ୍ରୁ ଭାଷାରେ ଅନୁଦିତ ହୋଇଛି। ଏହି କବିତାକୁ ଇଂରାଜୀରେ ଲିଙ୍ଗରାଜ ପାତ୍ର ଅନୁଦିତ କରିଥିଲେ। ଜେରୁଜେଲମର ତାଳି କୋହେନ ସାବତାଇଙ୍କ ଦ୍ୱାରା ଏହା ଅତି ପୁରାତନ ହିବ୍ରୁ ଭାଷାରେ ଅନୁଦିତ ହୋଇଛି। ତାଳି କୋହେନ ସାବତାଇ ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନା କବୟତ୍ରୀ। ସେ ଜଣେ ଇସ୍ରାଏଲ ଦେଶର କବି ହେବା ସଙ୍ଗେ ସଙ୍ଗେ ଭଲ ଅନୁବାଦିକା ଏବଂ ଅନେକ ପୁସ୍ତକର ରଚୟିତା। ତାଙ୍କ କବିତାରେ ବୈଶ୍ବିକ ଦୃଷ୍ଟିକୋଣ ତାଙ୍କୁ ତାଙ୍କ ଦେଶରେ ବଡ଼ କରିଛି। ହିବ୍ରୁ ଭାଷା ପୃଥିବିର ନବେ ଲକ୍ଷ ଲୋକ ବ୍ୟବହାର କରନ୍ତି। ଏହି ଭାଷାରେ ବାଇବେଲର ପୁରୁଣା ବକ୍ତବ୍ୟ ବା କଥନ ଲେଖା ଯାଇଥିଲା। ଏଠାରେ ପ୍ରକାଶଯୋଗ୍ୟ ଯେ, କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍ ଭଳି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକୁ ଇଂରାଜୀ ଭାଷାରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ, ଇଟାଲୀ ଭାଷାରେ କବି ଇମାନୁଏଲା ରିଜୋ, ସର୍ବିଆ ଭାଷାରେ କବି ଶୋଭା ସୋଭକା ଶୋଭିକ, ଚୀନ ଭାଷାରେ କବି ଲାଉ ଫୁ, ରୁଷ ଭାଷାରେ ଏଲିନା ଡାନିସିନା, ଫ୍ରାନ୍ସ ଭାଷାରେ ଏଲିଜା ବେଥ ପ୍ଲେନାଟୋ, ସ୍ପେନିସ ଭାଷାରେ ଆମେରିକୀୟ କବି ଏଞ୍ଜେଲ ଗୁସ୍ତାଭୋ ବେନାଭିଡିସ, ପୋଲିସ ଭାଷାରେ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି, ଫିଲିପିନୋ ଭାଷାରେ ଡ଼. ଜେସୁକା ପି. ବେସିନ, ଆର୍ବିକ ଭାଷାରେ କବି ମହମ୍ମଦ ହେଲ୍ମୀ ଅଲ ରିଶା, ଭିଏତନାମା ଭାଷାରେ କବି ମେ ହୋଆ ଡୁ, ଅଳବାନିୟନ ଭାଷାରେ କବି ମାରଜେତା ଶଟ୍ରୋ ରାରପାଜ୍, ଜର୍ମାନୀ ଭାଷାରେ ବିଶିଷ୍ଟ ଜର୍ମାନୀ କବି ଆନଚିଆ ଷ୍ଟିନ, ଜାପାନ ଭାଷାରେ ଜାପାନୀୟ କବି ମାକି ଷ୍ଟାରଫିଲ୍ଡ ଏବଂ କାଜକିସ୍ଥାନର କିର୍ଗିଜ ଭାଷାରେ କବି ପେରିସତ କୋସୋଇଭିନା ଅବଦାଲିଇବା ବିଶକେକ ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତାରେ ରାଜ୍ୟର ଅନେକ ମହଳରୁ ଖୁସିର ସୁଅ ଛୁଟିଛି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.