ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବେନଗାଁ ଖେଳ ପଡିଆଠାରେ ଚାଲିଥିବା ‘ବେନଗାଁ ପ୍ରିମିୟମ ଲିଗ୍ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା’ ଉଦଜାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ଲୋକାଲ ରେଜିଙ୍ଗ ଷ୍ଟାର୍ ଓ ଏମଜି ଫାଇପ୍ ଦଳ ମଧ୍ୟରେ ହୋଇଥିଲା। ଲୋକାଲ ରେଜିଙ୍ଗ ଷ୍ଟାର୍ ଦଳ ପ୍ରଥମେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୨ ଓଭର ୭ ଉଇକେଟ୍ ବିନିମୟରେ ୧୦୬ ରନ କରିଥିବା ବେଳେ ଜବାବରେ ଏମଜି ଫାଇପ୍ ଦଳ ୧୧ ଓଭର ୧ ବଲ ୭ ଉଇକେଟ୍ ବିନିମୟରେ ୧୦୯ ରନ କରି ବିଜୟ ଲାଭ କରିଥିଲା। ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍ -୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ହରିଶଙ୍କର ପାତ୍ର, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ତଥା ଲାଞ୍ଜିଗଡ ବ୍ଲକ ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ, ବିଜେପି ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ଦିଲ୍ଲୀପ ହରିଜନ ପ୍ରମୁଖ ଯୋଗ ଦେଇଥିଲେ। ମୁକୁନ୍ଦ ମାଝୀ ଓ ଆନନ୍ଦ ଦୋରା ଖେଳ ପରିଚାଳନା କରିଥିବାବେଳେ ସ୍କୋର ବୋର୍ଡରେ ଜିରାଣା ମାଝୀ ଓ ହୃଷିକେଶ ମାଝୀ ଧାରାବିବରଣୀ ଦେଇଥିଲେ। କାର୍ଯ୍ୟକ୍ରମରେ ବେନଗାଁ ପ୍ରିମିୟମ ଲିଗ୍ କ୍ରିକେଟ ସଂଘ ପକ୍ଷରୁ ପ୍ରଭା ଦୋରା, ଚିତ୍ର ମାଝୀ, ଜିରାଣା ମାଝୀ, ଭରତ ମାଝୀ ସମେତ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ ୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ଚେକ୍ ଓ ଉପବିଜେତା ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା ଚେକ୍ ଅତିଥିମାନେ ପ୍ରଦାନ କରିଥିଲେ।