କଳାହାଣ୍ଡିର ନୂତନ ଜିଲ୍ଲାପାଳଙ୍କୁ ଭେଟିଲେ ଅଲ୍ ଓଡ଼ିଶା ସିଡ୍ୟୁଲଡ୍ କାଷ୍ଟ ଫେଡେରେସନ କର୍ମକର୍ତ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ନୂତନ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ‘ଅଲ୍ ଓଡ଼ିଶା ସିଡ୍ୟୁଲଡ୍ କାଷ୍ଟ ଫେଡେରେସନ୍’ର କର୍ମକର୍ତ୍ତା ସୌଜନ୍ୟମୂଳକ ସାକ୍ଷାତ କରି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଫେଡେରେସନର ସଭାପତି ଧନଞ୍ଜୟ ଦୀପ, ସାଧାରଣ ସଂପାଦକ ଯତୀନ୍ଦ୍ର କର, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ଉପସଭାପତି ସୂର୍ଯ୍ୟ ନାରାୟଣ କୁମାର, ଅଭିଜିତ କରଙ୍କ ସହିତ ଆଦିବାସୀ ନେତା ସୁରେଶ ମାଝୀ, ମହାଦେବ ଖଣ୍ଡେଲୱାଲା ପ୍ରମୁଖ ଏଥିରେ ସାମିଲ ଥିଲେ। ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପରେ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ସଂଗଠନର କର୍ମକର୍ତ୍ତାମାନେ ନୂଆ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.